କଟକରେ ଖୋଲିଲା ସପିଂ ମଲ, ବ୍ୟବସାୟ ମାନ୍ଦା
🎬 Watch Now: Feature Video
କଟକରେ ଖୋଲିଲା ସପିଂ ମଲ୍ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସାମାଜିକ ଦୂରତାକୁ ବଜାୟ ରଖି ସପିଂ ମଲ ଖୋଲା ଯାଇଛି । ଏକା ଥରକେ ୫ ଜଣରୁ ଅଧିକ ଲୋକ ଭିତରକୁ ପ୍ରବେଶ କରିବା ଉପରେ କଟକଣା ଲାଗୁ କରାଯାଇଛି । ମଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗ୍ରାହକଙ୍କୁ ସାନିଟାଇଜ କରାଯାଉଛି । ସେହିପରି ଥର୍ମାଲ ମେସିନ ମାଧ୍ୟମରେ ଗ୍ରାହକଙ୍କ ତାପମାତ୍ରା ମପା ଯାଇ ଭିତରକୁ ଛଡ଼ାଯାଉଛି । ଯାହାର ତାପମାତ୍ରା ୩୭ ଡିଗ୍ରୀ ରୁ ଅଧିକ ରହୁଛି ,ମଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ସେହିପରି ୫ରୁ ଅଧିକ ଜଣ ବ୍ୟକ୍ତି ଥିଲେ ବାହାରେ ଅପେକ୍ଷା କରିବାକୁ କୁହାଯାଉଛି । ତେବେ ମଲ ଖୋଲି ଥିଲେ ବି ବ୍ୟବସାୟ ମାନ୍ଦା ପଡିଥିବା ମଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ,ଏଭଳି ନିୟମକୁ ସ୍ବାଗତ କରିଛନ୍ତି ଗ୍ରାହକ । ଏନେଇ ମଲ ନିକଟରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।