ସମୁଦ୍ର କୂଳରୁ ମିଳିଲା ଶିବଲିଙ୍ଗ - ଶିବଲିଙ୍ଗ ମିଳିବା ଖବର ପୁରୀ
🎬 Watch Now: Feature Video
ପୁରୀ: ଶ୍ରୀକ୍ଷେତ୍ର ପୁରୀ ସମୁଦ୍ର କୂଳରୁ ମିଳିଲା ଶିବଲିଙ୍ଗ । ସମୁଦ୍ରରେ କୂଳରେ ଶିବ ଲିଙ୍ଗର ଏକ ଶିଳା ମିଳିବା ପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଆଜି(ମଙ୍ଗଳବାର) ଲାଇଟ ହାଉସ ବେଳାଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶିବଲିଙ୍ଗର ଏହି ଶିଳାଟି ବହୁ ପୁରାତନ ହୋଇଥିବା ଅନୁମାନ କରାଯାଉଛି । ତେବେ କେହି କେହି ଏହାକୁ ଗଙ୍ଗବଂଶ କିମ୍ବା ଏହା ପୂର୍ବରୁ ହୋଇଥିବା କହୁଛନ୍ତି । ତେବେ ଏହା କେଉଁଠୁ ଆସିଛି ତାହା କିଛି ସ୍ପଷ୍ଟ ହୋଇନାହିଁ । ASI ଏହି ଶିବଲିଙ୍ଗ ଶିଳାକୁ ନେଇ ତଦନ୍ତ ଓ ପରୀକ୍ଷଣ କଲେ ପ୍ରକୃତ ତଥ୍ୟ ଜଣାପଡ଼ନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ପୁରୀ