ବାଘ ହାତରେ ରାକ୍ଷୀ ବାନ୍ଧିଲେ ମହିଳା, ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ - ବାଘ ପିନ୍ଧିଲା ରାକ୍ଷୀ
🎬 Watch Now: Feature Video
ଜୟପୁର: ସାଧାରଣତଃ ବାଘକୁ ଦେଖିଲେ ଯିଏ ନାଇ ସିଏ ଭୟଭୀତ ହୋଇଯାଏ । କିନ୍ତୁ ବାଘର ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହେଇଯିବ । ମନୁଷ୍ୟକୁ ଦେଖି ହିଂସ୍ର ହେଉଥିବା ବାଘ ଏବେ ରାକ୍ଷୀ ବାନ୍ଧିଛି । ରାକ୍ଷୀପୂର୍ଣ୍ଣିମାରେ ବାଘକୁ ରାକ୍ଷୀ ବାନ୍ଧିଛନ୍ତି ଜଣେ ମହିଳା । ରାଜସ୍ଥାନର ଦେବଗଡରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବାଘଟି ଆହତ ହୋଇଥିବା ବେଳେ ତାର ସୁସ୍ଥ ଜୀବନ କାମ କରିଥିଲେ ମହିଳା ଜଣଙ୍କ । ଏନେଇ ବନ ବିଭାଗକୁ ଖବର ଦେବା ପରେ ଆହତ ବାଘଟିକୁ ଉଦ୍ଧାର କରାଯାଇଛି ।