ରଜ ପାଇଁ ପ୍ରସ୍ତୁତି: ମେହେନ୍ଦୀ, କୁମକୁମରେ ସଜେଇ ହେଲେଣି ତରୁଣୀ - ମେହେନ୍ଦୀ କୁମକୁମରେ ସଜେଇ ହେଲେଣି ତରୁଣୀ
🎬 Watch Now: Feature Video
କେନ୍ଦ୍ରାପଡ଼ା: ରାତି ପାହିଲେ ଓଡ଼ିଶାର ଗଣପର୍ବ ରଜ। କୃଷିଭିତ୍ତିକ ଓ କୁଆଁରୀ ମାନଙ୍କ ଏହି ବଡ଼ ପର୍ବ ପାଇଁ ଉତ୍ସବମୁଖର ଗାଁରୁ ସହର । ଆଜି ସଜବାଜ ରହିଥିବା ବେଳେ କୁଆଁରୀ ଝିଅମାନେ ହାତରେ ମେହେନ୍ଦୀ, ପାଦରେ ଅଳତା ଲଗାଇବା ସହ ବିଭିନ୍ନ ପ୍ରକାର ପିଠା ଓ ମିଠା ପ୍ରସ୍ତୁତ କରି ରଜକୁ ସ୍ୱାଗତ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ରଜପର୍ବ ତିନିଦିନ ଧରି ପାଳନ କରାଯିବାକୁ ଥିବା ବେଳେ ଏନେଇ ଆଜିଠୁ ପ୍ରସ୍ତୁତ କୁମାରୀମାନେ । ଇଟିଭି ଭାରତ, କେନ୍ଦ୍ରାପଡ଼ା