ବ୍ୟାସନଗରରେ ଧୁମଧାମ୍‌ରେ ରଜ ଉତ୍ସବ ପାଳିତ - ଯାଜପୁରରେ ରଜ ପାଳିତ

🎬 Watch Now: Feature Video

thumbnail

By

Published : Jun 16, 2022, 9:07 PM IST

ଯାଜପୁର: ଶେଷ ହେଲା ଓଡ଼ିଶାର ଗଣପର୍ବ ରଜ । ରଜପର୍ବର ଶେଷ ଦିନରେ ଉତ୍ସବମୁଖର ପୁରପଲ୍ଲୀ । ୩ ଦିନ ଧରି ଚାଲିଥିବା ଏହି ଗଣ ପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜ୍ୟବାସୀ । ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ମଧ୍ୟ ଏଥିରୁ ବାଦ ପଡ଼ିନିି । ଏଠାରେ ଆବାଳ ବୃଦ୍ଧ ବନିତା ସମସ୍ତେ ଏକାଠି ହୋଇ ରଜ ପାଳନ କରିଛନ୍ତି । କୋରୋନା କଟକଣା ଯୋଗୁଁ ପାଇଁ ଗତ ୨ ବର୍ଷ ହେବ ରଜ ପର୍ବ ଫିକା ପଡ଼ିଥିବାବେଳେ ଚଳିତବର୍ଷ ସବୁଠି ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଛି । ପ୍ରତିଟି ଘରୁ ଭାସି ଆସିଥିଲା ପିଠାମିଠାର ବାସ୍ନା । ପିଠା ପଣାର ବାସ୍ନାରେ ମହକୁଥିଲା ଚତୁର୍ଦ୍ଦିଗ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.