କିଛି ସମୟ ପରେ ଲଞ୍ଚ ହେବ 5G ସେବା, ଯୋଡି ହେବ ରାଷ୍ଟ୍ରପତିଙ୍କ ସ୍କୁଲ - ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ
🎬 Watch Now: Feature Video
ରାଇରଙ୍ଗପୁର: ଦେଶରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ 5ଜି ସେବା । ଭର୍ଚୁଆଲ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ମଧ୍ୟରେ ଉଦଘାଟନ କରିବେ । ସେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ଇଣ୍ଟରନେଟ ସେବା ଲଞ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଡି ହେବ । ଏହି ଅବସରରେ ରିଲାଇନ୍ସ ଜିଓ ଭାରତରେ 5G ସେବା ଆଣିବା ସହ ପ୍ରଥମ ପର୍ଯ୍ୟାୟରେ ଶିଳ୍ପ ଶିକ୍ଷା ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ 5ଜିର ସେବା ପ୍ରଦାନ ଉପରେ ଗୁରୁତ୍ବ ଦେବ । ଭାରତର ପ୍ରଥମ ଓଡ଼ିଶା ମୟୂରଭଞ୍ଜର ପାହାଡ଼ପୁର ସ୍ଥିତ ରାଷ୍ଟ୍ରପତିଙ୍କ ଏସଏଲଏସ ସ୍ମାରକୀ ଆବାସିକ ସ୍କୁଲରୁ ଶୁଭାରମ୍ଭ ହେବ 5ଜି ସେବାର ଲାଇଭ ଡେମୋନଷ୍ଟ୍ରେସନ । ଏହି କାର୍ଯ୍ୟକ୍ରମକୁ VC ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଭିସିରେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ ବୋଲି ସୂଚନା ରହିଛି । 10ଟା ବେଳେ ସ୍କୁଲରେ ଆରମ୍ଭ ହବାକୁ ଥିବା କାର୍ଯ୍ୟକ୍ରମରେ ସ୍କୁଲର ଛାତଛାତ୍ରୀ ଯୋଗ ଦେଇ 5g ସେବାର ପ୍ରଥମ ଅନୁଭୂତି ପାଇବା ସହ ପ୍ରଧାନମନ୍ତ୍ରୀଙ୍କ ସହ 5G ନେଟୱାର୍କରେ କଥା ହେବେ ।
ଇଟିଭି ଭାରତ, ରାଇରଙ୍ଗପୁର