thumbnail

By

Published : Jun 17, 2022, 6:44 PM IST

ETV Bharat / Videos

ଶିକ୍ଷକ ନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ସ୍କୁଲରେ ତାଲା

ଭବାନୀପାଟଣା: ଜିଲ୍ଲାର ଧର୍ମଗଡ଼ ବ୍ଲକ ବେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଗ୍ରାମବାସୀ। ବିଦ୍ୟାଳୟରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ଶିକ୍ଷକ ଅଛନ୍ତି । ଫଳରେ, ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.