ଅମଳ ସମୟରେ ଆକାଶ ଛୁଆଁ ଆଳୁ ଦର - କଟକ
🎬 Watch Now: Feature Video

କଟକ: ଅମଳ ସମୟରେ ବଜାରରୁ ଆଳୁ ପିଆଜ ଉଭାନ। ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀଙ୍କ ସହ ଖାଉଟି। ଆଉ ବଜାରକୁ ଯେତିକି ପରିମାଣର ଆଳୁ ଓ ପିଆଜ ଆସୁଛି ତାହାର ଦର ଏବେ ଆକାଶ ଛୁଆଁ । ଯାହାକୁ କିଣିବାକୁ ଗ୍ରାହକ ଥରେ ନୁହେଁ ଶହେ ଥର ଭାବୁଛି। କାରଣ ଜଣେ ମଧ୍ୟବିତ୍ତ ପରିବାରର ମୁଖ୍ୟ ପରିବା ଆଳୁ ଓ ପିଆଜ ଯଦି ଦର ଏତେ ରହିବ ତେବେ ହାଣ୍ଡିଶାଳରୁ ଏହି ଦୁଇ ପରିବା ପୁରା ହଜିଯିବ ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁକି ଅମଳ ସମୟରେ ବଜାରରେ ଏମିତି ମାନ୍ଦାବସ୍ଥା ସେନେଇ କଟକର ଛତ୍ରବଜାର ସମ୍ପାଦକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...