ETV Bharat / bharat

ମହାକୁମ୍ଭ ମେଳା ୨୦୨୫ର ଶେଷ ଦିନ, ମହାଶିବରାତ୍ରି ଅବସରରେ ବୁଡ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ - MAHA KUMBH 2025

ପ୍ରୟାଗରାଜ ମହାକୁମ୍ଭ ମେଳା ୨୦୨୫ର ଆଜି ଶେଷ ଦିନ । ୪୫ ଦିନରେ ୬୭ରୁ ୬୮ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ଅନୁମାନ

Maha Kumbh 2025 concludes today
Maha Kumbh 2025 concludes today (ETV Bharat)
author img

By ETV Bharat Odisha Team

Published : Feb 26, 2025, 7:55 AM IST

ପ୍ରୟାଗରାଜ: ଦୀର୍ଘ ୪୫ ଦିନ ଧରି ଚାଲିଥିବା ବିଶ୍ୱର ସବୁଠୁ ବଡ ସମାଗମ ମହାକୁମ୍ଭ ମେଳାର ଆଜି (ବୁଧବାର) ଅନ୍ତିମ ଦିନ । ପବିତ୍ର ମହାଶିବରାତ୍ରି ଓ ମେଳାର ଶେଷ ଦିନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଆଜି ଭୋର ୪ଟା ସୁଦ୍ଧା ପାଖାପାଖି ୨୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ତେବେ ଚଳିତ ବର୍ଷ କୁମ୍ଭମେଳାରେ ୬୭ରୁ ୬୮ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି ।

ଏବେସୁଦ୍ଧା ବୁଡ ପକାଇଲେଣି ୬୫କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ:

ମହାକୁମ୍ଭ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧୩ ତାରିଖ ଦିନ ପୌଷ ପୂର୍ଣ୍ଣିମା ସ୍ନାନ ଅବସରରେ ୧.୭୦ କୋଟି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ୧୪ ଜାନୁଆରୀ ଅର୍ଥାତ୍ ମକର ସଂକ୍ରାନ୍ତିରେ ୩.୫୦ କୋଟିରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ସେହିପରି ୨୯ ଜାନୁଆରୀ ମୌନୀ ଅମାବାସ୍ୟା ଅବସରରେ ୭.୬୪କୋଟି, ୩ ଫେବୃଆରୀ ଅର୍ଥାତ୍ ସରସ୍ୱତୀ ପୂଜା (ବସନ୍ତ ପଞ୍ଚମୀ) ଦିନ ୨.୫୭କୋଟି, ୧୨ ଫେବୃଆରୀ ମାଘ ପୂର୍ଣ୍ଣିମା ଦିନ ୨ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଥିଲେ ।

ସେହିପରି ସୋମବାର ଦିନ ୧. ୩୦କୋଟିରୁ ଅଧିକ ସଙ୍ଗମରେ ସ୍ନାନ କରିଥିବା ବେଳେ ମଙ୍ଗଳବାର ଦିନ ୧.୧୧ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପହଞ୍ଚିଥିଲେ । ଜାନୁଆରୀ ୧୩ରୁ ଏବେସୁଦ୍ଧା ୬୫କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇ ସାରିଛନ୍ତି । ଶେଷ ଦିନରେ ଅର୍ଥାତ୍ ଆଜି ଆହୁରୀ ୨ରୁ ୩ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ତିମ ସ୍ନାନ ପାଇଁ ଆଲର୍ଟରେ ପ୍ରଶାସନ:

ଭିଡ କାରଣରୁ ଗତକାଲି (ମଙ୍ଗଳବାର) ଅପରାହ୍ନ ୪ଟାରୁ ସହରରେ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି । ନିକଟସ୍ଥ ଘାଟରେ ସ୍ନାନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସହରର ସମସ୍ତେ ସୀମାଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ଭାବେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ୫୦ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହେବା ନେଇ ଅନୁମାନ କରିଥିବା ବେଳେ ଏହି ସଂଖ୍ୟାରୁ ଯଥେଷ୍ଟ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି ।

ଏହାମଧ୍ୟ ପଢନ୍ତୁ...

କାହିଁକି କୁମ୍ଭ ଜଳରେ ନାହିଁ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ? ଖୁଲାସା କଲେ ବୈଜ୍ଞାନିକ

ସୁଯୋଗ ଦେଲେ ସରକାର, ମହାକୁମ୍ଭ ଜଳରେ ସ୍ନାନ କଲେ ପାଖାପାଖି 90 ହଜାର କଏଦୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.