Atal Bridge: କେମିତି ଦିଶୁଛି ଉଦଘାଟିତ ହେବାକୁ ଥିବା ଅଟଳ ସେତୁ, ଦେଖନ୍ତୁ ବ୍ରିଜର ଦୃଶ୍ୟ

By

Published : Aug 27, 2022, 4:31 PM IST

thumbnail
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime minister Narendra Modi ) ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁଥିରେ ରହିଛି ପଥଚାରୀ ଯାତ୍ରୀଙ୍କ ପାଇଁ ସାବରମତୀ ନଦୀକୂଳ (Sabarmati river in Gujarat) ରେ ନିର୍ମିତ ଅଟଳ ସେତୁ (Atal Bridge) । ଏହି ଆକର୍ଷିତ ଅତ୍ୟାଧୁନିକ ସେତୁକୁ ଅହମ୍ମଦାବାଦ ନଗର ନିଗମ ନର୍ମାଣ କରିଥିବା ବେଳେ, ଏହାର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି । ବ୍ରିଜର ଡିଜାଇନ ମୁମ୍ବାଇ ସ୍ଥିତ କମ୍ପାନୀ STUP କନସୁଲାଣ୍ଟ କରିଛି । ଆକର୍ଷଣୀୟ ଆଲୋକରେ ସଜ୍ଜିତ ହୋଇଥିବା ବ୍ରିଜ ପର୍ଯ୍ୟଟକଙ୍କୁ ଆକର୍ଶିତ କରିବ । ବ୍ରିଜର ଲମ୍ବା 3 ଶହ ମିଟର ରହିଥିବା ବେଳେ ପ୍ରସସ୍ତ ରହିଛି 14 ମିଟର । ଦେଖନ୍ତୁ ବ୍ରିଜର ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.