ଶ୍ରୀମନ୍ଦିର ଦ୍ବାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video

ଜଗତ କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ କରାଯାଉଥିବା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ । ସବୁ ଦିନ ପରି ଆଜି ମଧ୍ୟ ବଡି ଭୋରରୁ କରାଯାଇଛି । ସେବାୟତ ଓ ପୂଜା ପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାପରେ ହାତରେ ଘଣ୍ଟି ଓ ଦୀପ ସହ ପାଟିରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ଏହି ସମୟରେ ନିକଟରେ ଥିବା ଅନ୍ୟ ସେବାୟତମାନଙ୍କ ଦ୍ବାରା ହରିବୋଲ ଓ ଓଁ ନମୋଃ ଭଗବତେ ବାସୁଦେବାୟ ଧ୍ବନିରେ ମନ୍ତ୍ରମୁଗ୍ଧ ହେଉଥିଲା ପରିବେଶ ।