ପଣା ସଂକ୍ରାନ୍ତି: ପ୍ରଭୁ ଶ୍ରୀରାମଙ୍କ ଧ୍ୱନିରେ କମ୍ପିଲା କଟକ - କଟକରେ ପାଳିତ ହେଲା ପଣା ସଂକ୍ରାନ୍ତି

🎬 Watch Now: Feature Video

thumbnail

By

Published : Apr 14, 2022, 10:13 PM IST

କଟକ: କଟକରେ ଧୂମାଧାମରେ ପାଳିତ ହୋଇଛି ମହାବିଷୁବ ପଣା ସଂକ୍ରାନ୍ତି । ଏଥିସହ ମହାବୀର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ମଧ୍ୟ ପାଳନ କରାଯାଇଛି । ହିନ୍ଦୁ ଧର୍ମରେ ଆଜିର ଦିନ ଏକ ବଶେଷ ମୁହୂର୍ତ୍ତ ରଖୁଛି । ସେହି ଉପଲକ୍ଷେ କଟକ ସହରରେ ହିନ୍ଦୁସେନା ପକ୍ଷରୁ ଏକ ବାଇକ ବିଶାଳ ଶୋଭାଯାତ୍ରା କଟକ ବାଲିଯାତ୍ରା ପଡ଼ିଆରୁ ବାହାରିଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ଯୁବକ ଶ୍ରୀରାମଚନ୍ଦ୍ର ଓ ମହାବୀରଙ୍କ ଧ୍ବଜା ଧରି ସହର ପରିକ୍ରମା କରିବା ସହ ଚୌଧୁରୀ ବଜାର କଳିଙ୍ଗ ଗେଷ୍ଟ ହାଉସ ଠାରେ ପହଞ୍ଚିଥିଲେ । ସେହିପରି ଆଜିର ଦିନ ଉପଲକ୍ଷେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ଏକ ବିଶାଳ ଶୋଭାଯାତ୍ରା କଟକ ଷ୍ଟାଡିଅମ ନିକଟରୁ ବାହାରିଥିଲା । ବାଇକ ରାଲିରେ ସହର ମଧ୍ୟରେ ଶୋଭାଯାତ୍ରା କରିବା ସହ ଜୟ ଶ୍ରୀରାମ ନାରବାଜି ଦେଇଥିଲେ ସହରବାସୀ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.