ETV Bharat / state

ପୁଣି ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଗଞ୍ଜାମରେ ଖୁସିର ଲହରୀ - SONAPUR BLUE FLAG BEACH

ସୁନାପୁର ବେଳାଭୂମିକୁ ଦ୍ବିତୀୟ ଥର ପାଇଁ ମିଳିଲା ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚର ମାନ୍ୟତା । ଏଠାରେ ପର୍ଯ୍ୟଟକଙ୍କ ପାଇଁ କଣ ସୁବିଧା ରହିଛି ଜାଣନ୍ତୁ ।

SONAPUR BLUE FLAG BEACH
SONAPUR BLUE FLAG BEACH (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 3:31 PM IST

ବ୍ରହ୍ମପୁର: ପୁଣି ବ୍ଲୁଫ୍ଲାଗ ବିଚ୍ ମାନ୍ୟତା ପାଇଲା ସୁନାପୁର ବେଳାଭୂମି । ଗଞ୍ଜାମର ସୋନାପୁର ବେଳାଭୂମି ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇଛି । ରାଜ୍ୟରେ ପୁରୀ ବ୍ଲୁଫ୍ଲାଗ ବିଚ୍ ପ୍ରଥମ ରହିଥିବା ବେଳେ ସୋନାପୁର ବେଳାଭୂମି ଦ୍ଵିତୀୟ ସ୍ଥାନ ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।

SONAPUR BLUE FLAG BEACH (ETV Bharat Odisha)

ସୁନାପୁରକୁ ଦ୍ୱିତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା:

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର କହିଛନ୍ତି," ଅନ୍ତର୍ଜାତୀୟସ୍ତରରେ ସମୁଦ୍ର ବେଳାଭୂମିକୁ ନେଇ ଫାଉଣ୍ଡେସନ ଫର ଏନଭାଇରୋମେଣ୍ଟାଲ ଏଜୁକେସନ ପକ୍ଷରୁ ଏଭଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ସ୍ୱଚ୍ଛତା ଓ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧାକୁ ଏବଂ ୩୩ଟି ମାନଦଣ୍ଡକୁ ନେଇ ଯାଞ୍ଚ କରାଯାଇଥାଏ । ଯାହାକି ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ମାନଦଣ୍ଡକୁ ବଜାୟ ରଖି ଦ୍ୱିତୀୟ ଥର ପାଇଁ ସୁନାପୁର ବେଳାଭୂମି ଆନ୍ତର୍ଜାତୀୟ ବ୍ଲୁଫ୍ଲାଗ୍ ବିଚ୍ ମାନ୍ୟତା ପାଇଛି । ଏହି କ୍ଷେତ୍ରରେ ସ୍ଥାନୀୟ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ନିରନ୍ତର ପ୍ରୟାସ ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଏଭଳି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛି । "

SONAPUR BLUE FLAG BEACH
SONAPUR BLUE FLAG BEACH (ETV Bharat Odisha)

ମନ ମୋହୁଛି ସୁନାପୁର ବିଚ୍:

ଗଞ୍ଜାମ ଚିକିଟି ବ୍ଲକର ସୋନାପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବିକାଶ କାର୍ଯ୍ୟକୁ ହାତକୁ ନେଇଛନ୍ତି ସରକାର । କୋଟି କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରରୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ସେନେଇ ପ୍ରଚାର ପ୍ରସାର କରାଯାଉଛି । ପରିବେଶ ସନ୍ତୁଳନକୁ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ୨୦୨୩–୨୪ ପାଇଁ ଏହାକୁ ବ୍ଲୁଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିଥିବା ବେଳେ ୨୦୨୪-୨୫ ପାଇଁ ମଧ୍ୟ ସୁନାପୁର ଏହି ମାନ୍ୟତା ବଜାୟ ରଖିଛି । ଖୁବ୍ ଶୀଘ୍ର ଏନେଇ ପ୍ରମାଣପତ୍ର ମଧ୍ୟ ମିଳିବ ବୋଲି କହିଛନ୍ତି ସୁନାପୁର ବ୍ଲୁ ଫ୍ଲାଗ ବିଚ୍‌ର ନୋଡାଲ ଅଫିସର ତଥା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।

ପ୍ରତ୍ୟେକ ଦିନ ଜମୁଛି ହଜାର ହଜାର ପର୍ଯ୍ୟଟକଙ୍କ ଭିଡ:

ରାଜ୍ୟରେ କେବଳ ପୁରୀ ଏବଂ ସୁନାପୁରରେ ହିଁ ବ୍ଲୁଫ୍ଲାଗ୍ ବିଚ୍ ରହିଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି ।ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂତନ ଭାବରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ସୁଟ୍ ଏବଂ କଟେଜ୍ ବ୍ୟବସ୍ଥା ମଧ୍ୟ ରହିଛି ।

ପ୍ଲାଷ୍ଟିକ ମୁକ୍ତ ଏବଂ ବଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ

ପ୍ଲାଷ୍ଟିକ ମୁକ୍ତ ରହିବା ସହିତ ବଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରିକି ସେଠାରୁ ବାହାରୁଥିବା ବଜ୍ୟବସ୍ତୁକୁ ପୁଣି ଥରେ ବ୍ୟବହାର ସାପେକ୍ଷ କରାଯାଇପାରିବ, ତାହାରି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସୁନାପୁର ବିଚକୁ ୨୦୨୪ ମସିହା ଜାନୁଆରୀ ୨୬ରେ ପ୍ରଥମେ ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିଥିବା ବେଳେ ୨୦୨୦ରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିଥିଲା । ଏହା ପରେ ରାଜ୍ୟର ଆହୁରି ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ରେ ପରିଣତ କରିବା ଲାଗି ସରକାରୀସ୍ତରରେ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ଟି ବିଚ୍‌ର ରୂପାନ୍ତରଣକୁ ସରକାର ଗୁରୁତ୍ୱ ଦେଇଥିଲେ । ସେଥିମଧ୍ୟରେ ଗଞ୍ଜାମ ସୁନାପୁର ବିଚ୍ ରହିଥିଲା । ଏହାର ବିକାଶ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୭କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା - ODISHA WEATHER UPDATE

ଏହା ମଧ୍ୟ ପଢନ୍ତୁ... ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ - COMMUNITY SUPPORT STAFF SALARY

ଏହା ମଧ୍ୟ ପଢନ୍ତୁ... ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ - ORGANIC RICE FOR MAHAPRASAD

ସୁନାପୁର ବ୍ଲୁ ଫ୍ଲାଗ୍ ବିଚରେ କ'ଣ ରହିଛି ସୁବିଧା:

ସୁନାପୁର ବ୍ଲୁ ଫ୍ଲାଗ୍ ବିଚ୍ ପାଇଁ ପରିବେଶ ଅନୁକୂଳ ଅର୍ଥାତ କାଠରେ ନିର୍ମିତ ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ଅଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, ପାର୍କିଂ ସୁବିଧା, ପ୍ରବେଶ ଦ୍ଵାର, ଅଫିସ ରୁମ୍, ପ୍ରାଥମିକ ଚିକିତ୍ସା , ଜନସୂଚନା ବୋର୍ଡ, ଅଟୋମେଟିକ୍ ବିଚ୍ କ୍ଲିନର ମେସିନ୍ , ସୁରକ୍ଷା ପାଚେରୀ, ୱାଚ୍ ଟାୱାର, ଅଡିଓ ସିଷ୍ଟମ୍, ସିସିଟିଭି ସୁବିଧା, ଦିବ୍ୟାଙ୍ଗ୍ ଶୌଚାଳୟ, ବୃକ୍ଷରୋପଣ, ଗ୍ରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ପାନୀୟ ଜଳ ସୁବିଧା , ଶିଶୁ ଉଦ୍ୟାନ୍, ବିଦ୍ୟୁତ ବ୍ୟବସ୍ଥା ଭଳି ୩୩ଟି ସୁବିଧା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.