ଝୁଲି ଝୁଲି ଆସୁଛନ୍ତି ତିନି ଠାକୁର, ଦେଖନ୍ତୁ ସେହି ମନୋରମ ଦୃଶ୍ୟ - ବାହୁଡା ଯାତ୍ରା
🎬 Watch Now: Feature Video

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନୀତି ନିର୍ଘଣ୍ଟ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି । ଗୋଟି ପହଣ୍ଡିରେ ଆସି ଧାଡି ପହଣ୍ଡିରେ ରଥାରୁଢ ହେଉଛନ୍ତି ତିନି ଠାକୁର । ପ୍ରଥମେ ଧାଡିପହଣ୍ଡିରେ ଆସି ରଥାରୁଢ ହୋଇଥିଲେ ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନ । ପରେ ଧାଡି ପହଣ୍ଡିରେ ବାହାରିଥିଲେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପରେ ମା ସୁଭଦ୍ରା । ଆଉ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ହୋଇଥିଲା । ଏବେ ପହଣ୍ଡି ଶେଷ ହେବା ପରେ ରଥାରୁଢ ହୋଇଛନ୍ତି ତିନିଠାକୁର ।