Binapani Cremated With State Honours: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି - ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ
🎬 Watch Now: Feature Video
କଟକ: ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସହିତ୍ୟିକା, ଔପନ୍ୟାସିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ସକାଳ 10 ଟା ବେଳେ କଟକ ବାଦାମବାଡ଼ି ବାସଭବନରୁ ତାଙ୍କ ପାର୍ଥିବ ଶରୀର ଶେଷଯାତ୍ରାରେ ବାହାରି ସତିଚୌରା ଶ୍ମଶାନରେ ସେ ସମସ୍ତଙ୍କଠୁ ଅନ୍ତିମ ବିଦାୟ ନେଇଛନ୍ତି । ପୁତୁରା ବିଶ୍ଵଦାଶ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ଶେଷକୃତ୍ୟରେ ସାମିଲ ହୋଇଥିଲେ ବହୁ ସାହିତ୍ୟିକ, ରାଜନୈତିକ ଓ ପ୍ରଶାସନିକ ଅଧିକାରୀ । ସତିଚୌରା ଶ୍ମଶାନରେ ଗାର୍ଡ ଅଫ ଅନର ସହ ବିଦାୟ ନେଇଛନ୍ତି ଏହି ପ୍ରଖ୍ୟାତ ଗାଳ୍ପିକା, ଔପନ୍ୟାସିକା ତଥା ଅନୁବାଦିକା । ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତା ବୀଣାପାଣିଙ୍କ ସାହିତ୍ୟ ଜଗତକୁ ଥିଲା ଅତୁଳନୀୟ ଅବଦାନ । ନିଜର କଲେଜ ଜୀବନରୁ ସେ ଆରମ୍ଭ କରିଥିଲେ କବିତା ରଚନା । କସ୍ତୁରୀମୃଗ ଓ ସବୁଜ ଅରଣ୍ୟ, ତଟିନୀର ତୃଷ୍ଣା, ଅନ୍ଧକାରର ଛାଇ, ଆରୋହଣ ଓ କୁନ୍ତୀ କୁନ୍ତଳା ଶକୁନ୍ତଳା ଆଦି ଉପନ୍ୟାସ ତାଙ୍କର ଏକ କାଳଜୟୀ ସୃଷ୍ଟି । ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ 2020 ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ଅବର୍ତ୍ତମାନ ଓଡ଼ିଆ ସାହିତ୍ୟ ଜଗତ ପାଇଁ ସୃଷ୍ଟି କରିଛି ଏକ ବଡ଼ ଶୂନ୍ୟସ୍ଥାନ ।