thumbnail

By

Published : Jan 7, 2020, 4:57 PM IST

ETV Bharat / Videos

ପଙ୍କରୁ ପଦ୍ମ: ବରା ଦେକାନୀଙ୍କ ପୁଅ ହେଲେ OAS

ଭୁବନେଶ୍ବର: କଥାରେ ଅଛି ପଙ୍କରୁ ଫୁଟେ ପଦ୍ମ । ଆଉ ତାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ରାଜଧାନୀ ଭୁବନେଶ୍ବରର ବିରେନ୍ଦ୍ର ତ୍ରିପାଠୀ । ବିରେନ୍ଦ୍ରଙ୍କ ବାପା ଓ ଦାଦା ଉଭୟ ଏକ ଛୋଟ ବରା ଦୋକାନ କରି ପରିବାର ଚଳାନ୍ତି । ପିଲାଟି ଦିନରୁ ଅଭାବରେ ବଢିଥିବା ବିରେନ୍ଦ୍ର ଆଜି ଭାରତୀୟ ପ୍ରଶାସନିକ ପରୀକ୍ଷାରେ 67 ନମ୍ବର ସ୍ଥାନ ପାଇଛନ୍ତି । ଓୟୁଏଟିରେ ପିଜି ପାଠ ପଢ଼ୁଥିବା ବେଳେ ବିରେନ୍ଦ୍ର ସିଭିଲ ସର୍ଭିସ ପ୍ରତି ମନ ବଳାଇଥିଲେ ବୋଲି କହିଛନ୍ତି । ଆଉ ଆଜି ତାଙ୍କର ଏହି ସଫଳତା ପାଇଁ ତାଙ୍କ ମା' ଖୁଡି କାନ୍ଦି ପକାଉଥିବା ସମୟରେ ବାପା ଓ ଦାଦାଙ୍କ ନାଁ ରଖିଛନ୍ତି ସେ । ଏହା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି ବୀରେନ୍ଦ୍ର । ଶୁଣନ୍ତୁ କଣ କହୁଛନ୍ତି ନିଜ ସଫଳତା ବିଷୟରେ... ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.