କିଶୋରମାନଙ୍କୁ ଓମିକ୍ରନ ବିପଦ, ଟିକା ନେବାକୁ ବିଶେଷଜ୍ଞଙ୍କ ପରାମର୍ଶ - SCB ମେଡିକାଲ କଲେଜରେ ଟୀକାକରଣ

🎬 Watch Now: Feature Video

thumbnail

By

Published : Jan 4, 2022, 7:29 AM IST

କଟକ: SCB ମେଡିକାଲ କଲେଜ ସହିତ କଟକର ୪ଟି ଟୀକାକରଣ କେନ୍ଦ୍ରରେ ଗତକାଲିଠାରୁ(ସୋମବାର) ୧୫ରୁ ୧୮ଵର୍ଷ ଵୟସ୍କ ପିଲାଙ୍କ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ଏବେ କିଶୋରମାନଙ୍କୁ କୋଭାକ୍ସିନ ଟିକା ଦିଖଯାଉଛି। ପିଲାମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହି ଵୟସ ଵର୍ଗର ପିଲାଙ୍କୁ ଟୀକାକରଣ ଅତି ଆଵଶ୍ୟକ ଥିଲା ଵୋଲି ଅଭିଭାବକମାନେ କହିଛନ୍ତି। ଏହି ଵୟସ ଵର୍ଗର ଟୀକାକରଣ ହେଲେ ଦେଶର କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେଵେ। ଗତକାଲି SCB ରେ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ୪୫୦ ଜଣଙ୍କୁ ଟିକା ଦିଆଯାଇଛି। ଏଵେ ଜିଲ୍ଲାରେ କିଶୋରଙ୍କ ଟିକାକରଣ ପାଇଁ ଲକ୍ଷେ ୮୦ ହଜାର ଟିକା ମହଜୁଦ ଅଛି। ତେଣୁ ଏଵେ କଟକ ଜିଲ୍ଲାରେ ନିରନ୍ତର ଭାଵେ ଟୀକାକରଣ ଚାଲିଵ ଵୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.