ETV Bharat / state

ଆଜିଠୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ, ୨୦ରୁ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ବ୍ୟବସ୍ଥା - RATNA BHANDAR REPAIR WORK STOPPED

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ। ପୌଷ ପୂର୍ଣ୍ଣିମା ନୀତି ଓ ମକର ସଂକ୍ରାନ୍ତି ପାଇଁ ଆଜିଠୁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ।

RATNA BHANDAR REPAIR WORK STOPPED
RATNA BHANDAR REPAIR WORK STOPPED (Etv Bharat)
author img

By ETV Bharat Odisha Team

Published : Jan 12, 2025, 12:26 PM IST

ପୁରୀ: ଆସନ୍ତା 20 ତାରିଖରୁ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେହିପରି ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ନୀତି ଓ ମକର ସଂକ୍ରାନ୍ତି ନୀତି ଥିବାରୁ ଆଜିଠାରୁ ଆସନ୍ତା 15 ତାରିଖ ଯାଏ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଆସନ୍ତା ଜାନୁଆରୀ 20 ତାରିଖରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆଜିଠୁ ରତ୍ନ ଭଣ୍ଡାର ମରାମତି କାମ ବନ୍ଦ:

RATNA BHANDAR REPAIR WORK STOPPED (ETV BHARAT ODISHA)

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ପ୍ରତିକ୍ରିୟାରେ କହିଛନ୍ତି, '' ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଗତ ଡିସେମ୍ବର 17 ତାରିଖରୁ ଚାଲିଛି । ଯେଉଁ ଦିନ ମହାପ୍ରଭୁଙ୍କ ଅଧିକ ନୀତି ରହୁଛି, ଭକ୍ତଙ୍କ ଭିଡ ଅଧିକ ରହିଛୁ ସେହି ଦିନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଉଛି। ଆଗକୁ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ନୀତି ଓ ମକର ସଂକ୍ରାନ୍ତି ନୀତି ଥିବାରୁ ଆଜିଠାରୁ 15 ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । 16 ତାରିଖରୁ ପୁଣି ଆରମ୍ଭ ହେବ । ''

ପରିଚାଳନା କମିଟି ଗଠନ ପରେ ଧାଡି ଦର୍ଶନ ବ୍ୟବସ୍ଥା ହେବ:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, '' ଶ୍ରୀମନ୍ଦିର ନାଟ ମଣ୍ଡପରେ ଧାଡ଼ି ଦର୍ଶନ କାର୍ଯ୍ୟକାରୀ ହେବା ପୂର୍ବରୁ ନାଟ ମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବ। ଯାହା ବିଧି ରହିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦରକାର। ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ଏନେଇ କମିଟି ବୈଠକରେ ନିଷ୍ପତି ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ପରେ ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବ। ଏଣୁ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ମୁଁ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ କି ବାର କହିପାରିବି ନାହିଁ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଆମେ ପଦକ୍ଷେପ ନେବୁ। ''

MoS Kirti Vardhan Singh
MoS Kirti Vardhan Singh (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-୨୦ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ପରିକ୍ରମା ପ୍ରକଳ୍ପର ଡିଜାଇନରେ ହେବ ପରିବର୍ତ୍ତନ - SRIMANDIR DHADI DARSHAN

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା, ଭାରତକୁ ହିନ୍ଦୁ ରାଷ୍ଟ୍ର ଗଠନ ନେଇ କଲେ ପ୍ରାର୍ଥନା - BABA DHIRENDRA SHASTRI AT PURI

ମହାପ୍ରଭୁଙ୍କ ଦର୍ଶନ କଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ:

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ। ନିଜ ପରିବାର ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଏଥିସହ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ତେବେ ଦର୍ଶନ ସାରି ଫେରିବା ପରେ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''୫୦ ବର୍ଷ ପରେ ଆଜି ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସଫଳ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲି। ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସାରା ବିଶ୍ବରୁ ପ୍ରବାସୀ ମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ ସାରା ବିଶ୍ବରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ହାସଲ କରିବ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଅନେକ ପ୍ରସିଦ୍ଧି ଥିବାରୁ ଆଗାମୀ ଦିନରେ ଓଡ଼ିଶା ଆସି ପ୍ରବାସୀ ଭାରତୀୟ ମାନେ ପୁଞ୍ଜିନିବେଶ କରିବେ । '' ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କେନ୍ଦ୍ର ମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ବାଗତ କରିଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.