ETV Bharat / state

ବେଦାନ୍ତ ବିରୋଧରେ ପୁଣି ଡ଼ଙ୍ଗରିଆଙ୍କ ମେଳି, ଦେଲେ ଆନ୍ଦୋଳନ ଚେତାବନୀ - PROTEST AGAINST VEDANTA

ବେଦାନ୍ତ ବିରୋଧରେ ପୁଣି ଡ଼ଙ୍ଗରିଆଙ୍କ ମେଳି, ଦେଲେ ଆନ୍ଦୋଳନ ଚେତାବନୀ
ବେଦାନ୍ତ ବିରୋଧରେ ପୁଣି ଡ଼ଙ୍ଗରିଆଙ୍କ ମେଳି, ଦେଲେ ଆନ୍ଦୋଳନ ଚେତାବନୀ (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 1:08 PM IST

Updated : Jan 12, 2025, 1:28 PM IST

ରାୟଗଡ଼ା: ନିୟମଗିରି ଅଞ୍ଚଳରେ ଖଣି ଖନନକୁ କେନ୍ଦ୍ର କରି ପୁଣି ଡ଼ଙ୍ଗରିଆଙ୍କ ବିରୋଧର ସ୍ବର ତେଜିଛି ।
ବେଦାନ୍ତ କମ୍ପାନୀକୁ ଖଣି ଦେବାକୁ ଚକ୍ରାନ୍ତ ଚାଲିଥିବା ସନ୍ଦେହରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି । ଏହାକୁ ସମର୍ଥନ କରୁଥିବା ସପକ୍ଷବାଦୀଙ୍କୁ ପ୍ରବଳ ବିରୋଧ କରି ମେଳି ବାନ୍ଧିଛନ୍ତି ବିପକ୍ଷବାଦୀ । କୌଣସି ପରିସ୍ଥିତିରେ ଖଣି ଖନନ ପାଏଇଁ ଦିଆଯିବ ନାହିଁ । ଯଦି ଏପରି ହୁଏ ବ୍ୟାପକ ଆନ୍ଦୋଳନ ହେବ ବୋଲି ନିୟମଗିରି ସୁରକ୍ଷା ସମିତି ଚେତାବନୀ ଦେଇଛି ।

  • କିଛି ଦିନ ତଳେ ମେଳି କରିଥିଲେ ସପକ୍ଷବାଦୀ:-

କିଛି ଦିନ ତଳେ ଲାଞ୍ଜିଗଡ଼ଠାରେ ଖଣି ଖନନକୁ ସମର୍ଥନ କରୁଥିବା ଗୋଷ୍ଠୀ ବୈଠକ କରିଥିଲେ । ଖଣି ଖନନ ନିମନ୍ତେ ଅନୁମତି ଦେଲେ ଅଞ୍ଚଳର ବିକାଶ ହେବ, ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଇବେ ଏବଂ ନିୟମଗିରି ଅଞ୍ଚଳର ଡଙ୍ଗରିଆବାହାର ରାଜ୍ୟକୁ ଦାଦନ ଖଟିବାକୁ ଆଉ ଯିବେ ନାହିଁ ବୋଲି ଗ୍ରାମସଭା କରି ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସପକ୍ଷବାଦୀ ଗୋଷ୍ଠୀର ନିଷ୍ପତ୍ତିକୁ ଏକତରଫା ବୋଲି ଦର୍ଶାଇ ନିୟମଗିରି ପାହାଡ଼ରେ ବସବାସ କରୁଥିବା ୧୦୮ ଗ୍ରାମର ଆଦିମ ଜନଜାତି ଚିହିଁକି ଉଠିଛନ୍ତି ।

  • ନିୟମଗିରି ସୁରକ୍ଷା ସମିତି ଦେଲା ଆନ୍ଦୋଳନ ଆହ୍ବାନ:-

କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଲାଖପଦରଠାରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକକା ଏକ ସାମ୍ବାଦିକ ସମ୍ମିଳନୀ କରି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଲଦ ଶିକକା କହିଛନ୍ତି,‘‘୨୦୦୪ ମସିହାରୁ ନିୟମଗିରି ପାହାଡ଼ ଉପରେ ରହିଥିବା ଆସ୍ଥାକୁ କେନ୍ଦ୍ର କରି ଜନଜାତି ଆନ୍ଦୋଳନ ଆରମ୍ଭ କରିଥିଲେ । ସୁପ୍ରମିକୋର୍ଟ ହସ୍ତକ୍ଷେପ କରିବାରୁ ୨୦୧୩ ମସିହାରେ ବିଚାରପତିଙ୍କ ଦ୍ବାରା ଗ୍ରାମସଭା ହୋଇଥିଲା । ସମସ୍ତ ଡଙ୍ଗରିଆ ଗାଁର ବାସିନ୍ଦା ଖଣି ଖନନକୁ ବିରୋଧ କରିଥିଲେ । ତେଣୁ ଖଣି ଖନନ ଅନୁମତିକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବାରୁ ପୁଣି ଖଣି ଖନନ ପାଇଁ ଚକ୍ରାନ୍ତ କରୁଥିବା ଡଙ୍ଗରିଆ ସନ୍ଦେହ କରୁଛନ୍ତି । କାରଣ ଲାଞ୍ଜିଗଡ଼ରେ କିଛି ଦଲାଲ ଏକାଠି ହୋଇ ଖଣି ଖନନ ସପକ୍ଷରେ ଦାବି ଉଠାଉଛନ୍ତି । ଯଦି ଡଙ୍ଗରିଆଙ୍କ ସ୍ଵାର୍ଥ ବିରୋଧରେ କୌଣସି ନିଷ୍ପତ୍ତି ନିଆଯାଏ, ତେବେ ଶହ ଶହ ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇବେ।’’

ଇଟିଭି ଭାରତ, ରାୟଗଡା

Last Updated : Jan 12, 2025, 1:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.