ETV Bharat / state

ଏମିତି ବି ଆସେ ମୃତ୍ୟୁ ! ନିଆଁ ପୁଇଁ ହେଉଥିବା ବେଳେ ଜଳିଗଲେ 2 ଶିଶୁ - MINOR BURNT ALIVE

ବୌଦ୍ଧ ଜିଲ୍ଲାରେ ଅଘଟଣ । ନିଆଁ ପୁଇଁ ହେଉଥିବା ନିଆଁରେ ପୋଡି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି ।

MINOR BURNT ALIVE
MINOR BURNT ALIVE (ETV BHARAT ODISHA)
author img

By ETV Bharat Odisha Team

Published : Jan 12, 2025, 3:16 PM IST

ବୌଦ୍ଧ: ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଇଁ ହେଉଥିବା ବେଳେ ଅଘଟଣ । ନିଆଁରେ ପୋଡି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ 5 ବର୍ଷର ଶିଶୁ ଓ ଜଣେ 8 ବର୍ଷ ନାବାଳକ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବଲାକିରା ଗ୍ରାମରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିଆଁ ପୁଇଁ ହେଉଥିବାବେଳେ ଜଳିଗଲେ ବୃଦ୍ଧା

ନିଆଁ ପୁଇଁ ହେଉଥିବା ବେଳେ ଜୀବନ୍ତ ଦଗ୍ଧ ଶିଶୁ ଓ ନାବାଳକ:

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ଗତକାଲି (ଶନିବାର) ସଂଧ୍ୟାରେ ମୃତ କ୍ରିଷ୍ଣା ଉର୍ମା (8ବର୍ଷ) ଓ କ୍ରିଷ୍ଣା ଭୋଇ (5ବର୍ଷ) ଶୀତରୁ ରକ୍ଷା ପାଇଁ ଘର ନିକଟରେ କିଛି ପାଳ ଗଦା କରି ନିଆଁ ଲଗାଇ ସେକି ହେଉଥିଲେ । ଅସାବଧାନତା କାରଣରୁ ଉଭୟ ନିଆଁରେ ପୋଡି ହୋଇ ଯାଇଥିଲେ । ମୃତ କ୍ରିଷ୍ଣା ଭୋଇ ମୁଣ୍ଡିପଦର ପଞ୍ଚାୟତ ବଲାକିରାର ହୋଇ ଥିବା ବେଳେ କ୍ରିଷ୍ଣା ଭୋଇ ବନ୍ଧାପଥର ପଞ୍ଚାୟତର । ଏନେଇ ଖବର ପାଇବା ପରେ ବାଉଁସୁଣୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରବିବାର ସକାଳେ ଉଭୟ ମୃତ ନାବାଳକଙ୍କ ବ୍ୟବଚ୍ଛେଦ ବୌଦ୍ଧ ଜିଲ୍ଲା ହସ୍ପିଟାଲରେ କରାଯାଇଛି । ଏଭଳି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ନିଆଁ ପୁଇଁ ହେଉଥିବାବେଳେ ଜଳିଗଲେ ଯୁବକ - କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ

ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ:

ସୋସିଆଲ ମିଡିଆ Xରେ CMO ପକ୍ଷରୁ ଏନେଇ ଟ୍ବିଟ କରାଯାଇଛି, ''ନିଆଁରେ ପୋଡି ହୋଇ 2 ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ । ଏଥିସହ ମୃତକଙ୍କ ଅମର ଆତ୍ମର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.