operation rahul: NDRF କମାଣ୍ଡାଣ୍ଟ କହିଲେ କେତେ ଆହ୍ବାନପୂର୍ଣ୍ଣ ଥିଲା ଅପରେସନ ରାହୁଲ - ଏନଡିଆରଏଫର ପ୍ରେସମିଟ
🎬 Watch Now: Feature Video
କଟକ: ଛତିଶଗଡ଼ରେ 80 ଫୁଟ ଗଭୀର ବୋରୱେଲରେ ଫସିରହିଥିବା ରାହୁଲକୁ ନୂଆ ଜୀବନ ଦେବାରେ ଏନଡିଆରଏଫ ଟିମର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ 108 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ରାହୁଲକୁ ଉଦ୍ଧାର କରାଯାଇଥିଲା । ଏହି ଅପରେସନ ସମୟରେ NDRF ଟିମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ସବୁଠାରୁ ବଡ଼ କଥା ହେଉଛି ୫୦ କେଜିରୁ ଉର୍ଦ୍ଧ୍ବ ଓଜନର ପଥରକୁ ନିଜ ପିଠିରେ ବୋହିଥିଲା ଏନଡିଆରଏଫ ଟିମ । ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଥିଲା । ସବୁ ଅସୁବିଧାକୁ ପାର କରି ଭିନ୍ନକ୍ଷମ ବାଳକ ରାହୁଲକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା । ତେବେ କିପରି ଥିଲା ସଂଘର୍ଷ ପୂର୍ଣ୍ଣ ଅପରେସନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏନଡିଆରଏଫ ଟିମ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।
ଇଟିଭି ଭାରତ, କଟକ