thumbnail

By

Published : Apr 29, 2022, 9:48 PM IST

ETV Bharat / Videos

WATCH VIDEO: ଅସମ୍ଭାଳ ହେଲାଣି ତାତି, ପାଣିଟାଙ୍କିରେ ବୁଡିଲେ ନୀରିହ ମାଙ୍କଡ

ମୁମ୍ବାଇ: ଦେଶରେ ଅନେକ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଖାଲି ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ପାଣି ଟୋପାଏ ପାଇଁ ସଭିଏଁ ଡହଳବିକଳ ହେଉଛନ୍ତି । ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଟିକିଏ ଛାଇ ଖୋଜୁଛନ୍ତି ସମସ୍ତେ । ହେଲେ ମହାରାଷ୍ଟ୍ର ପୁଣେ ଅଞ୍ଚଳରୁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଖରାରୁ ରକ୍ଷା ପାଇବା ପାଇଁ ଏକ ନିଆରା କୌଶଳ ଆପଣାଇଛନ୍ତି ମାଙ୍କଡ ଗୋଷ୍ଠୀ । ମଣିଷ ସିନା ଘର ଭିତରେ AC କିମ୍ବା ଥଣ୍ଡା ପାନୀୟ ବା ସୁଇମିଂ ପୁଲ୍‌ରେ ଦିନ କାଟି ଦେଉଛି । ହେଲେ ପଶୁ କରିବ ବା କଣ ? ଏଭଳି ସ୍ଥିତିରେ କିଛି ମାଙ୍କଡ଼ ପାଣି ଟାଙ୍କି ମଧ୍ୟରେ ପଶି ପହଁରିବା ସହ ଗାଧୋଉଥିବା ନଜର ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.