ଅନଲାଇନ-ମେଇନଲାଇନରେ ଦର ଓ ଷ୍ଟକର ଅସମତୁଲତା: ମୋବାଇଲ ବିକ୍ରେତା ସଂଘର ପ୍ରତିବାଦ - ଅନଲାଇନ ଏବଂ ମେଇନଲାଇନରେ ଦର ଓ ଷ୍ଟକର ଅସମତୁଲତା
🎬 Watch Now: Feature Video
ବ୍ରହ୍ମପୁର: ଅନଲାଇନ ଏବଂ ମେଇନଲାଇନରେ ଦର ଓ ଷ୍ଟକ ସମପରିମାଣରେ ବଣ୍ଟନ କରିବା ଦାବିରେ ବ୍ରହ୍ମପୁର ଠାରେ ମୋବାଇଲ ବିକ୍ରେତା ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ମୁଖ୍ୟତଃ ବିଭିନ୍ନ ମୋବାଇଲ କମ୍ପାନୀମାନେ ଅଧିକ ଚାହିଦା ରହିଥିବା ମୋବାଇଲ ଗୁଡିକୁ କେବଳ ଅନଲାଇନରେ ବିକ୍ରି କରିବା ପାଇଁ କେବଳ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ନେଇ ବିରୋଧ କରୁଛନ୍ତି ବ୍ୟବସାୟୀ । ଏପରିକି ଅନଲାଇନ ଏବଂ ମେଇନଲାଇନରେ ବା ରିଟେଲ କାଉଣ୍ଟର ଦର ମଧ୍ୟ ପାର୍ଥକ୍ୟ ରହିଛି । ଏହାକୁ ନେଇ ତୁରନ୍ତ ସମସ୍ତଙ୍କ ପାଇଁ ସମାନ ଦର ଓ ରିହାତି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି । ବ୍ରହ୍ମପୁର ସହରରେ କଣ ରହିଛି ବ୍ୟବସାୟୀଙ୍କ ପ୍ରତିକ୍ରିୟା ସେ ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ।
TAGGED:
Berhampur News