thumbnail

By

Published : May 3, 2022, 7:55 PM IST

ETV Bharat / Videos

ଜଗତସିଂହପୁରରେ ଅକ୍ଷୟ ତୃତୀୟା ପାଳିତ, ଅଖିମୁଠି ଅନୁକୂଳ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ ଜଳ ସମ୍ପଦ ବିକାଶ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ । ଧରିତ୍ରୀ ମା’କୁ ପୂଜାର୍ଚ୍ଚନା କରିବା ପରେ ଚଷାପୁଅ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ଆଜିଠାରୁ ଚାଷକାମ ଆରମ୍ଭ ହେଉଥିବାରୁ ଏହି ଦିନକୁ ଅତି ପବିତ୍ର ଦିନ ଭାବରେ ଓଡ଼ିଶାର ଚାଷୀମାନେ ଗ୍ରହଣ କରିଥାନ୍ତି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ । କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବାଲିକୁଦା ବ୍ଲକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ରଘୁନନ୍ଦନ ଦାସ ଅଖିମୁଠି ଅନୁକୂଳ କରିବା ସହ ବଳଦ ଦ୍ୱାରା ହଳ ଆରମ୍ଭ କରିଥିଲେ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.