ଡ୍ରେନ ସମସ୍ୟା ପରଖିଲେ କଟକ ମେୟର ସୁବାସ ସିଂ - ଡ୍ରେନ ସମସ୍ୟା ପରଖିଲେ କଟକ ମେୟର ସୁବାସ ସିଂ
🎬 Watch Now: Feature Video
କଟକ: ବର୍ଷାଋତୁ ଆସିବା ପୂର୍ବରୁ ଡ୍ରେନ ସମସ୍ୟା ପରଖିଲେ କଟକ ମହାନଗର ନିଗମ ମେୟର ସୁବାସ ସିଂ। କେତେ ପଙ୍କ, ଅଳିଆ ଆବର୍ଜନା ଜମି ରହିଛି ତାର ଅନୁଧ୍ୟାନ କରିଛନ୍ତି CMC ମେୟର । ମୌସୁମୀ ପୂର୍ବରୁ କଟକ ସହରରେ ପଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ କଡା ତାଗିଦ ମଧ୍ୟ କରିଛନ୍ତି । କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ଛୋଟ, ବଡ଼ ଡ୍ରେନଗୁଡିକର ସ୍ଥିତି ନିଜେ ପରଖିଛନ୍ତି । ଯେଉଁ ଅଞ୍ଚଳଗୁଡିକରେ ଡ୍ରେନ ଉପରେ ଯାଇଥିବା କଲଭର୍ଟ ଦୁର୍ବଳ ଅବସ୍ଥାରେ ରହିଛି, ଆଗାମୀ ଦୁଇ ମାସ ଭିତରେ ସେଗୁଡିକର ମରାମତି ତଥା ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ମେୟର କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ