Matric Exam: ଜଗତସିଂହପୁରରେ ପ୍ରଥମ ଦିନରେ ପରୀକ୍ଷା ଦେଲେ ୧୪,୨୯୩ଜଣ ଛାତ୍ରଛାତ୍ରୀ - ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ
🎬 Watch Now: Feature Video
ଜଗତସିଂହପୁର: ଆଜିଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲାରେ ମୋଟ ୧୪,୨୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଯାହାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ ୮୮ଟି ପରୀକ୍ଷା ସେଣ୍ଟର କରାଯାଇଥିବା ବେଳେ ୮ଟି ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବା ପାଇଁ ତହସିଲଦାର ଓ ବିଡ଼ିଓଙ୍କୁ ସ୍ବତନ୍ତ୍ର ପରିଦର୍ଶକ ଭାବରେ ନିଯୁକ୍ତ କରାଯାଇଛି । ୨ଟି ସ୍ପେଶାଲ ସ୍କ୍ବାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ନିର୍ଦ୍ଧାରିତ ସମୟ ସକାଳ ୮.୦୦ ଟାରେ ୮୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ସେମାନଙ୍କ ପରିଚୟ ପତ୍ର ଦେଖାଇ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ନକଲି ପରୀକ୍ଷାର୍ଥୀ ଓ କପି ରୋକିବା ପାଇଁ କଡାକଡି ଯାଞ୍ଚ କରାଯିବା ସହ ପରୀକ୍ଷାର୍ଥୀ ମାନେ ଯେପରି ସୁଚାରୁ ରୂପେ ପରୀକ୍ଷା ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ