ଘୋଡା ଚଢି କୋର୍ଟରେ ହାଜର ହେଲେ ଅଭିଯୁକ୍ତ - कोर्ट में पेशी के लिए घोड़े पर सवार होकर आया शख्स
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15004066-thumbnail-3x2-js.jpg)
ଜୟପୁର: ରାଜରାଜୁଡା ଅମଳରେ ଲୋକେ ଘୋଡା ଚଢୁଥିଲେ । ହେଲେ ସମୟ ବଦଳିବା ସହ ଏବେ ଲୋକେ ଭଳିକି ଭଳି ଡିଜାଇନ ଗାଡିରେ ବୁଲୁଛନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯିଏ ଆଧୁନିକ ଯୁଗରେ ବି ଯାତାୟତ ପାଇଁ ଘୋଡା ସବାରୀ କରୁଛନ୍ତି । ରାଜସ୍ଥାନ ଆଜମେର ଜିଲ୍ଲା ଅନ୍ତର୍ଗତ ବିଜୟନଗରର ଏକ କୋର୍ଟ ପରିସରରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଅଭିଯୁକ୍ତ ଘୋଡା ଚଢି କୋର୍ଟରେ ପହଞ୍ଚିଥିଲେ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା । ଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରେମପ୍ରକାଶ । ତାଙ୍କ ବିରୁଦ୍ଧରେ କୌଣସି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ସେ ଘୋଡା ଚଢି କୋର୍ଟରେ ହାଜର ହୋଇଥିଲେ । ପ୍ରେମପ୍ରକାଶ ଏହାପଛରେ କାରଣ ଦର୍ଶାଇଛନ୍ତି ଯେ, ତାଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ଅଟେ । ଏପରି ସ୍ଥିତିରେ ପେଟ୍ରୋଲ ଦର ଖୁବ୍ ମହଙ୍ଗା ହୋଇଥିବାରୁ ଖର୍ଚ୍ଚାନ୍ତରୁ ବଞ୍ଚିବା ପାଇଁ ସେ ଘୋଡାରେ କୋର୍ଟ ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ