thumbnail

By

Published : Oct 6, 2022, 3:22 PM IST

ETV Bharat / Videos

ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ମନଲୋଭା ରୂପ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ର ହୋଇ ଉଠିଛି ଚାଳଚଞ୍ଚଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜମିଛି ଭକ୍ତ ଗହଳି । ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଆରମ୍ଭ ହୋଇଛି । ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇ ଘଡି଼ ଥାଇ ଆଳତି ଅବକାଶ ସରିବା ପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି । ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ । କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ଏମାନେ ପୂଜା କରୁଥିଲେ । ତେବେ ଏହି ରାଧାଦାମୋଦର ବେଶ କ'ଣ ଓ ଏହାର ମାହାତ୍ମ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଠାରୁ । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.