ETV Bharat / state

ଖୋର୍ଦ୍ଧାରେ ପୋଷାକ ପାର୍କ ସ୍ଥାପନ କରୁଛି ଦକ୍ଷିଣ ଏସିଆର ସର୍ବବୃହତ କମ୍ପାନୀ, ସୃଷ୍ଟି ହେବ ନିଯୁକ୍ତି - TEXTILE UNIT

ଶିଳ୍ପ କ୍ଷେତ୍ରରେ ଭାରତରେ ଅଗ୍ରଣୀ ରାଜ୍ୟ ହେବ ଓଡିଶା । ଭୂଇଁପୁରରେ ପୋଷାକ ପାର୍କ ସ୍ଥାପନ ପାଇଁ ଶିଳାନ୍ୟାସ ।

Textile Unit To Be Set Up
Textile Unit To Be Set Up (ETV Bharat Odisha)
author img

By ETV Bharat Odisha Team

Published : Feb 23, 2025, 5:20 PM IST

ଖୋର୍ଦ୍ଧା: ଦକ୍ଷିଣ ଏସିଆର ସର୍ବବୃହତ ପୋଷାକ ପ୍ରସ୍ତୁତକାରୀ ଶିଳ୍ପ ରାଜ୍ୟରେ ନିଜର ପ୍ରଥମ ୟୁନିଟ ସ୍ଥାପନ କରିବ । ଯାହାକି ଖୋର୍ଦ୍ଧା ଜିଲ୍ଲା ଭୁଇଁପୁରରେ ଶୁଭାରମ୍ଭ ହେବାକୁ ଥିବାବେଳେ ଏହାର ଶିଳନ୍ୟାସ କରାଯାଇଛି । ଫଳରେ ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ଉନ୍ନତି ସହ ନିଯୁକ୍ତି ସୃଷ୍ଟି ହେବ । ଯାହାକୁ ନେଇ ଖୁସିର ଲହରୀ ଖେଳିଯାଇଛି ।

ପୋଷାକ ପାର୍କ ଶିଳାନ୍ୟାସ:

ଏମଏସଏସ ଆପାରେଲ (ପୋଷାକ) ପାର୍କ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବା ଲାଗି ଶିଳାନ୍ୟାସ ହୋଇଛି । ରାଜ୍ୟରେ ଏହାର ପ୍ରଥମ ୟୁନିଟ ସ୍ଥାପନ ହେବାକୁ ଯାଉଛି । ବୟନ ଓ ପୋଷାକ କ୍ଷେତ୍ରକୁ ଧ୍ୟାନରେ ରଖି ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା, ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ଉନ୍ନତି ଆଣିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଅଭିଯାନ ପାଇଁ ଏହି ସମ୍ପ୍ରସାରଣ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଶିଳାନ୍ୟାସ ସମାରୋହରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ୍ ଆଣ୍ଡ ଇନଭେଷ୍ଟମେଟ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ ଏବଂ ଏମଏଏସ ହୋଲ୍‌ଡିଂସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Textile Unit To Be Set Up (ETV Bharat Odisha)

ଏହି ସ୍ଥାନରେ ପ୍ରଥମ ୟୁନିଟରୁ ୨୦୨୬ରେ ପୋଷାକ ଉତ୍ପାଦନ ଆରମ୍ଭ କରିବାକୁ ଆଶା ରଖିଛି ସଂସ୍ଥା । କ୍ବାଲିଟି ପୋଷାକ ସାମଗ୍ରୀ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଉଭୟ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବଜାର ଆବଶ୍ୟକତାକୁ ପୂରଣ କରିବ । କମ୍ପାନୀର ଶିଳ୍ପ ଦକ୍ଷତା ଉପଯୋଗ କରି ଭାରତର ଘରୋଇ ପୋଷାକ ଆବଶ୍ୟକ‌ତା ପୂରଣ କରିବା ଏବଂ ଅନ୍ତର୍ଜାତୀୟ ରପ୍ତାନୀକୁ ସମର୍ଥନ କରିବା ଦିଗରେ ରାସ୍ତା ପ୍ରଶସ୍ତ ହେବ ।

ସୁଦୃଢ ହେବ ବୟନଶିଳ୍ପ କ୍ଷେତ୍ର:

ଏମଏଏସ ଇଣ୍ଡିଆର ସିଇଓ ମଲ୍ଲିକ ଅହମ୍ମଦ୍ଦିନ କହିଛନ୍ତି, "ସ୍ଥାନୀୟ ଅଞ୍ଚଳରେ ଏକ ସୁଦୃଢ଼ ପୋଷାକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଆମେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ଆମେ ଆନନ୍ଦିତ । ବୟନଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତ‌ଥା ଏହି ଅଞ୍ଚଳର ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଓ ଦୀର୍ଘମିଆଦି ବିକାଶରେ ଯୋଗଦାନ କରିବାକୁ ଆମେ ଆଶା ରଖୁଛୁ ।

ସେହିପରି ଏମଏଏସ ହୋଲିଂସର ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ ଫର୍ଣ୍ଣାଣ୍ଡୋ କହିଥିଲେ, "ଏହି ନିବେଶ ଏମଏଏସର ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହି ଉଦ୍ୟୋଗ ଦ୍ଵାରା ଉପଲବ୍ଧ ବିଶାଳ ବ୍ୟବସାୟିକ ସୁଯୋଗର ଲାଭ ଉଠାଇବା ପାଇଁ ଆମେ ଉତ୍ସାହିତ ।"

ଏହା ବି ପଢନ୍ତୁ...ଶିଳ୍ପରେ ନିଯୁକ୍ତି ନେଇ ଅଭିଯୋଗ କଲେ ବିରୋଧୀ, ଜବାବ ଦେଲା ଶାସକ ଦଳ

ଏହା ବି ପଢନ୍ତୁ...କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧୭ ଚୁକ୍ତିନାମା, ୧୨୭୯ କୋଟି ନିବେଶ ସହମତି

କାର୍ଯ୍ୟକ୍ରମରେ ସଂସ୍ଥାର ମୁଖ୍ୟ ଓ ପ୍ରଶାସନିକ ଅଧିକାରୀ ସାମିଲ:

ଆଗାମୀ କିଛି ବର୍ଷ ମଧ୍ୟରେ ଏହି ୬୦ ଏକର ଜମିକୁ ଏକ ସାମଗ୍ରିକ ପୋଷାକ ପାର୍କରେ ବିକଶିତ କରିବାକୁ ଚାହୁଁଛି ଯାହା ଶ୍ରୀଲଙ୍କାରେ କାର୍ଯ୍ୟ କରୁଥିବା ବିଶ୍ୱସ୍ତରୀୟ ସ୍ଵୀକୃତିପ୍ରାପ୍ତ ଏମଏଏସ ଆପାରେଲ ପାର୍କ ମାଧ୍ୟମରେ ମିଳିଥିବା ଦକ୍ଷତା ଅନୁସାରେ ବିକଶିତ ହେବ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ପୋଷାକ ଶିଳ୍ପର ଅଂଶୀଦାରମାନଙ୍କୁ ସମାନ ସ୍ଥାନରେ କାର୍ଯ୍ୟ କରିବାକୁ ଆକୃଷ୍ଟ କରିବ ଏବଂ ବ୍ରାଣ୍ଡ ଗୁଡିକ ପାଇଁ ଏକ ସମନ୍ବିତ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୈଳେନ୍ଦ୍ର ନାୟକ ଯୋଗ ଦେଇ "ଶିଳ୍ପ କ୍ଷେତ୍ରରେ ଭାରତରେ ଅଗ୍ରଣୀ ରାଜ୍ୟ ହେବ ଓଡିଶା । ଆମ ରାଜ୍ୟ ପାଇଁ ଏହା ଗୌରବର ବିଷୟ" ବୋଲି ମତ ରଖିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମଏଏସର ହୋଲଡିଂର ଜିସିଇଓ ସୁରେନ ଫର୍ଣ୍ଣାଣ୍ଡୋ, ଏମଏଏସ ଇଣ୍ଡିଆର ସିଇଓ ମଲ୍ଲିକ ଅହମ୍ମଦ୍ଦିନ, ଏମଏଏସ ହୋଲିଂସର ସିଓଓ ଶକ୍ତି ରଣତୁଙ୍ଗା, ଏମଏଏସ ଫେବ୍ରିକ ପାର୍କର ସିଇଓ ମୁରାଦ ରାଜୁଦିନ ଏବଂ ଏମଏଏସ ହୋଲଡିଂର କର୍ପୋରେଟ ବ୍ୟାପାର ନିର୍ଦ୍ଦେଶକ ରଜିତା ଜୟସୂରିଆ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.