Kedarnath Dham Yatra: ବର୍ଷା-ଭୂସ୍ଖଳନ ପାଇଁ ରାସ୍ତା ବନ୍ଦ, ଗୌରୀକୁଣ୍ଡ ନିକଟରେ ପ୍ରବଳ ଭିଡ଼

By

Published : May 17, 2022, 8:38 PM IST

thumbnail

ଡେରାଡୁନ: ବିଶ୍ବପ୍ରସିଦ୍ଧ କେଦାରନାଥ ଧାମ(Kedarnath Dham) ଯାତ୍ରା ଉପରେ ରୋକ ଲଗାଇବା ଆରମ୍ଭ କରିଛି ଖରାପ ପାଣିପାଗ । କେଦାରନାଥ ମନ୍ଦିରକୁ ଯିବା ଲାଗି ପାଦଚଲା ରାସ୍ତା ଗୌରୀକୁଣ୍ଡ ନିକଟରେ ଭାଙ୍ଗି ପଡ଼ିଛି । ଏଥିଲାଗି ଶ୍ରଦ୍ଧାଳୁମାନେ ଆଗକୁ ଯିବାରେ ଅସମର୍ଥ ହୋଇଛନ୍ତି । ସେପଟେ ପଞ୍ଚପୁଲିଆ ନିକଟରେ ଥିବା ପାହାଡ଼ରୁ ପଥର ଖସିବା ଫଳରେ ବଦ୍ରିନାଥ ହାଇୱେ ମଧ୍ୟ ବନ୍ଦ ରହିଛି । ଫଳରେ ବଦ୍ରିନାଥ ଯାତ୍ରା ମଧ୍ୟ ବାଧାପ୍ରାପ୍ତ(Badrinath road blocked)ହୋଇଛି । ଏଠାରେ ପ୍ରାୟ ୨ ଘଣ୍ଟା ଉଦ୍ୟମ ପରେ ରାସ୍ତା ଖୋଲିଥିଲା । କେଦାରଘାଟି ଓ କେଦାରନାଥ ଧାମ ନିକଟରେ ଗତ ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲା । ସୋମବାର ରାତିସାରା ବର୍ଷ ହେବା ପରେ ପାଦଚଲା ରାସ୍ତା ଭାଙ୍ଗିପଡ଼ିଥିଲା । ଏଥିଲାଗି ମଙ୍ଗଳବାର ସକାଳେ ଯାତ୍ରା ଆରମ୍ଭ ହୋଇପାରିନଥିଲା ଏବଂ ଗୌରୀକୁଣ୍ଡ ନିକଟରେ ପ୍ରବଳ ଭିଡ଼ ଜମିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.