ଅଣସରରେ ମହାପ୍ରଭୁ, ସୁସ୍ଥ ହେବା ପାଇଁ ଚାଲିଛି ଓଷ ଲାଗି ନୀତି - ମହାପ୍ରଭୁଙ୍କର ଚାଲିଚି ଓଷ ଲାଗି ନୀତି
🎬 Watch Now: Feature Video
ପୁରୀ : ଅଣସରରେ ମହାପ୍ରଭୁ । ମହାପ୍ରଭୁଙ୍କର ଚାଲିଛି ଓଷ ଲାଗି ନୀତି । ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ବାକି ରହିଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳ ସ୍ନାନ କରି ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହଙ୍କ ବିଭିନ୍ନ ଉପଚାର ଚାଲିଥିବାବେଳେ ପଞ୍ଚମୀ ତିଥିରେ ଫୁଲୁରି ତେଲ ଶ୍ରୀଅଙ୍ଗରେ ଲାଗି ପରେ ଷଷ୍ଠୀରୁ ଚାଲିଛି ଓଷ ଲାଗି ନୀତି । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ନବଯୌବନ ରୂପରେ ଦର୍ଶନ ଦେବା ସହ ଭକ୍ତଙ୍କ ଗହଣରେ ରଥାରୂଢ଼ ହୋଇ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ ।
ଇଟିଭି ଭାରତ, ପୁରୀ