thumbnail

By

Published : Jun 21, 2022, 12:06 PM IST

ETV Bharat / Videos

International Yoga Day: ବାରବାଟୀରେ ବିଶାଳ ଯୋଗ ଶିବିର

କଟକ: ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି । ଏହି ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଛି । ଦେଶର ବିଶାଳ 75ଟି ଶିବିର ମଧ୍ୟରେ ସ୍ଥାନ ପାଇଥିବା ଯୋଗ କାର୍ଯ୍ୟକ୍ରମରେ 5 ହଜାର ଛାତ୍ରଛାତ୍ରୀ, ଯୁବକ ଯୁବତୀ, ପୁରୁଷ-ମହିଳା ସାମିଲ ହୋଇ ଯୋଗର ବିଭିନ୍ନ କୌଶଳ ଅଭ୍ୟାସ କରିଥିଲେ । କେବଳ ବାରବାଟୀ ଷ୍ଟାଡିୟମ ନୁହେଁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ଯୋଗ ଶିବିର ଆୟୋଜିତ ହୋଇଥିଲା । ଅଭିଜ୍ଞ ଯୋଗ ଗୁରୁ ଲୋକଙ୍କୁ ବିଭିନ୍ନ କୌଶଳ ସମ୍ପର୍କରେ କହିଥିଲେ । ଏଥିସହ ମେୟର ସୁବାସ ସିଂ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.