International Yoga Day: ଜଗତସିଂହପୁରରେ ଯୋଗ ଶିବିରରେ ସାମିଲ ହେଲେ ଶତାଧିକ ଲୋକେ - ଏସଭିଏମ କଲେଜରେ ଯୋଗ ଶିବିର
🎬 Watch Now: Feature Video
ଜଗତସିଂହପୁର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜଗତସିଂହପୁର ଓ ପାରାଦ୍ବୀପ ସହରର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ଆଜି ସକାଳୁ ସହର ହେଉ କି ଗାଁ ସବୁଠି ଲୋକେ ଯୋଗ କରୁଥିବାର ଦେଖିବାକୁ ମିଳିଛି । ଯୋଗ ଦ୍ବାରା ଶରୀର ସୁସ୍ଥ ରହି ପାରିବା ସହ ମାନସିକ ଆନନ୍ଦ ମଧ୍ୟ ମିଳିଥାଏ । ଯାହାକୁ ନେଇ ଜଗତସିଂହପୁର ସହରର ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ସାମୂହିକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସହରର ଶତାଧିକ ଲୋକ ଯୋଗ କରିଥିଲେ । ସେହିଭଳି ପାରାଦ୍ବୀପରେ ମଧ୍ୟ ବିଭିନ୍ନ ସ୍ଥାନରେ ସାମୂହିକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, ଜଗତସିଂହପୁର