ମନ୍ତ୍ରୀ ଶୂନ୍ୟ ଜଗତସିଂହପୁର ଜିଲ୍ଲାକୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା - ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମନ୍ତ୍ରୀ ପଦ ବିବାଦ

🎬 Watch Now: Feature Video

thumbnail

By

Published : Jun 5, 2022, 10:57 PM IST

ଜଗତସିଂହପୁର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମନ୍ତ୍ରୀ ପଦ ପାଇଁ ଫୋନ କଲ ଯାଇଥିଲା । ପରେ ତାଙ୍କ ସମର୍ଥକ ବାଣ ଫୁଟାଇ ଉତ୍ସବ ମନାଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତା ମାନେ ଭୁବନେଶ୍ବର ବାସ ଭବନରେ ପହଞ୍ଚି ବିଧାୟକଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ତେବେ ଆଜି ତାହା ପାଣି ଫୋଟକା ପରି ମିଳାଇ ଯାଇଛି । କର୍ମୀଙ୍କ ମନରେ ନିରାଶ ଦେଖିବାକୁ ମିଳିଥିବା ବେଳେ କେହି କିନ୍ତୁ, ମୁହଁ ଖୋଲୁନାହାଁନ୍ତି । ଏହାକୁ ନେଇ ଜିଲ୍ଲାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମୁହଁ ଖୋଲିଛନ୍ତି । ପଡୋଶୀ କେନ୍ଦ୍ରାପଡା ଜିଲ୍ଲାକୁ ଦୁଇଟି ମନ୍ତ୍ରୀ ଦିଆଯାଇଥିବା ବେଳେ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର ଭଳି ଏକ ଜିଲ୍ଲାକୁ ଅଣଦେଖା କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.