Ind vs SA 5th T20: ନିର୍ଣ୍ଣାୟକ ମୁକାବିଲା, ଭାରତ ସପକ୍ଷରେ ମ୍ୟାଚ୍ ଯିବ କହିଲେ ସମୀକ୍ଷକ - ଭାରତ ବନାମ ଦକ୍ଷିଣ ଆଫ୍ରିକା ପଞ୍ଚମ ଟି୨୦ ମ୍ୟାଚ୍
🎬 Watch Now: Feature Video
କଟକ: ବେଙ୍ଗାଲୁରୁରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ । ବର୍ତ୍ତମାନ ଟି-୨୦ ସିରିଜ ୨-୨ରେ ବରାବର ରହିଛି । ଆଜି ଉଭୟ ଦଳ ପାଇଁ କର ବା ମର ମ୍ୟାଚ । ଭାରତ ଏହି ମ୍ୟାଚରେ ଗତ ଦୁଇ ମ୍ୟାଚ୍ ଭଳି ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଗତ ମ୍ୟାଚ୍ଗୁଡ଼଼ିକରେ ଦକ୍ଷିଣ ଆଫ୍ରିକ ଦଳ ବାରମ୍ବାର ଦଳ ପରିଵର୍ତ୍ତନ କରୁଛି । ଅନ୍ୟପଟେ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି । ଆଜିର ମ୍ୟାଚ୍ରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମ୍ୟାଚ୍ ଭାରତ ସପକ୍ଷରେ ରହିବ ବୋଲି ମତ ଦେଇଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।
TAGGED:
Ind vs SA 5th T20 match news