Cyclone Asani: ସ୍ଥଳଭାଗ ଛୁଇଁବନି ବାତ୍ୟା, ଓଡିଶା ଉପକୂଳରେ ୧୦ ତାରିଖରୁ ବଢିବ ପବନର ବେଗ - ବାତ୍ୟା ଅସାନି ଅପଡେଟ

🎬 Watch Now: Feature Video

thumbnail

By

Published : May 8, 2022, 9:31 PM IST

ଭଦ୍ରକ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇସାରିଛି ବାତ୍ୟା 'ଅସାନି' । ଆସନ୍ତା ୧୦ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଆସନ୍ତାକାଲି ତଥା ୯ ତାରିଖଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ୪୦ରୁ ୫୦ କିଲୋମିଟର ବେଗର ଆରମ୍ଭ ହୋଇ ଧୀରେ ଧୀରେ ବୃଦ୍ଧି ପାଇବ । ହେଲେ ଏହା କୌଣସି ଉପକୂଳ ଅତିକ୍ରମ କରିବ ନାହିଁ । ଓଡିଶା ଉପକୂଳରେ ୧୦ ତାରିଖଠାରୁ ପବନର ବେଗ ବଢି ୭୦ କିଲୋମଟିର ହୋଇପାରେ । ତେବେ ଶୁଣନ୍ତୁ ବାତ୍ୟାକୁ ନେଇ କଣ କହୁଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.