thumbnail

By

Published : Jun 20, 2022, 2:13 PM IST

ETV Bharat / Videos

ମୁକୁଳା ଡ୍ରେନ୍‌ରେ ସ୍କୁଟି ସହିତ ଖସିପଡିଲେ ସ୍ବାମୀ-ସ୍ତ୍ରୀ

ଲକ୍ଷ୍ନୌ/ଅଲିଗଡ: ଦାଉ ସାଧିଲା ବର୍ଷା । ପ୍ରବଳ ବର୍ଷରେ ଏକାକାର ହୋଇଗଲା ରାସ୍ତା ଓ ଡ୍ରେନ୍‌ । ଶେଷରେ ରାସ୍ତା ଜାଣିନପାରି ମୁକୁଳା ଡ୍ରେନରେ ସ୍କୁଟି ସହ ଖସିପଡିଲେ ଦମ୍ପତି । ଯାହା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଉତ୍ତରପ୍ରଦେଶର ଆଲିଗଡର ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି । କ୍ବାସି ଥାନା ଅଞ୍ଚଳର କିଶାନପୁର ତିରାହରେ ଜଣେ ପୋଲିସ କର୍ମୀ ତାଙ୍କ ପତ୍ନୀଙ୍କୁ ସ୍କୁଟି ଯୋଗେ ଡାକ୍ତରଖାନା ନେଉଥିବାବେଳେ, ହଠାତ ଉଭୟ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନରେ ଖସିପଡିଥିଲେ । ଅଳ୍ପକେ ଜୀବନ ବର୍ତ୍ତି ଯାଇଥିବାବେଳେ ଉଭୟ ଗୁରୁତର ଆହତ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.