ଅଲାରନାଥଙ୍କୁ ଅଣସର ଦର୍ଶନ କରୁଛନ୍ତି ଭକ୍ତ - ଅଲାରନାଥଙ୍କ ମଙ୍ଗଳଆଳତୀ
🎬 Watch Now: Feature Video
ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡରେ ସୁନା କୂଅର 108 ଗରା ଜଳରେ ସ୍ନାନ କରିବା ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଅସୁସ୍ଥତା ପାଇଁ ଅଣସର ବାସରେ ରହିଛନ୍ତି ଶ୍ରୀଜୀଉ । 15ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଫଳରେ ରତ୍ନ ସିଂହାସନରେ କାଳିଆ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିପାରିନଥାନ୍ତି । ସେଥିପାଇଁ ଏହି 15 ଦିନ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ଦ୍ବିତୀୟ ଦିନରେ ରାତି 4ଟାରୁ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳା ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପର୍ଣ୍ଣ ହୋଇଛି । ଅଲାରନାଥଙ୍କ ମଙ୍ଗଳ ଆଳତୀ ଦର୍ଶନର ସୌଭାଗ୍ୟ ଅର୍ଜନ କରିଛନ୍ତି ଭକ୍ତ ।