ଲକଡାଉନ ନିୟମ ପାଳନ କରିବାକୁ ଜନତାଙ୍କୁ ଜିଲ୍ଲାପାଳଙ୍କ ଅପିଲ୍
🎬 Watch Now: Feature Video
ଗଜପତି: ରାଜ୍ୟ ସରକାରଙ୍କ ଦ୍ବାରା ଆଜିଠାରୁ (ମଙ୍ଗଳବାର) 19 ତାରିଖ ଯାଏଁ ଲକଡାଉନ ଲାଗୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରଯାଇଛି । ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଲିଛି । ଏହାକୁ ରୋକିବା ପାଇଁ ପ୍ରଶାସନ ସମସ୍ତ ପ୍ରୟାସକୁ ଜାରି ରଖିଛି । ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ସହିତ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ଲକଡାଉନର ସମସ୍ତ ନିୟମକୁ ମାନି ଚାଲିଲେ କୋରୋନା ସଂକ୍ରମଣକୁ ରୋକି ହେବ । ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା ।