ETV Bharat / technology

ବଡ଼ ଉପଲବ୍ଧି; 60ଲକ୍ଷ ୟୁନିଟ ପ୍ରଡକ୍ସନ ପୂରା କଲା Suzuki Access 125 - SUZUKI ACCESS 125 PRODUCTION RECORD

ସୁଜୁକି ମୋଟର ସାଇକେଲ ଇଣ୍ଡିଆ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଏଯାବତ କମ୍ପାନୀ 60ଲକ୍ଷ ୟୁନିଟ୍‌ Suzuki Access 125 ପ୍ରଡକ୍ସନ କରିଛି । ଅଧିକ ପଢନ୍ତୁ

Suzuki Motorcycle crosses 60 lakhs production
Suzuki Motorcycle crosses 60 lakhs production (Photo Credit- Suzuki Motorcycle India)
author img

By ETV Bharat Tech Team

Published : 14 hours ago

ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ସୁଜୁକି ମୋଟର ସାଇକେଲ ଇଣ୍ଡିଆର ସୁଜୁକି ଆକ୍ସେସ 125 (Suzuki Access 125) ଭାରତୀୟ ବଜାରରେ ଏକ ଲୋକପ୍ରିୟ ସ୍କୁଟର । ଏବେ କମ୍ପାନୀ ଏହି ସ୍କୁଟି ପାଇଁ ଏକ ବଡ଼ ସଫଳତା ହାସଲ କରିଛି । କାରଣ କମ୍ପାନୀ ଏହି ମଡେଲର 60 ଲକ୍ଷ ସ୍କୁଟର ଏଯାବତ ଉତ୍ପାଦନ କରିସାରିଛି । ଏହି ସଂଖ୍ୟା ବଜାରରେ Suzuki Access 125ର ଲୋକପ୍ରିୟତାକୁ ଦର୍ଶାଉଛି ।

ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ସୁଜୁକି ମୋଟର ସାଇକେଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ କୋନିଚି ଉମେଦା କହିଛନ୍ତି, "Suzuki Access 125 ସ୍କୁଟରର 6 ମିଲିୟନ ଉତ୍ପାଦନ ସୁଜୁକି ମୋଟର ସାଇକେଲ ଇଣ୍ଡିଆ ଲାଗି ଏକ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ । ଏହା ଆମର ଗ୍ରାହକ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ଆକ୍ସେସ 125 ଲାଗି ବିଶ୍ବସନୀୟତାକୁ ପ୍ରଦର୍ଶିତ କରୁଛି । ସୁଜୁକି ଆକ୍ସେସ 125 ଦୁଇ ଚକିଆ ଶିଳ୍ପରେ ଲୋକପ୍ରିୟତା ହାସଲ କରିବା ଜାରି ରଖିଥିବା ବେଳେ ଆମେ ମଧ୍ୟ ଉତ୍ପାଦନ ଲାଗି ତତ୍ପର ଅଛୁ । ଯାହାକି ଦୁନିଆରେ ଗ୍ରାହକଙ୍କ ରାଇଡିଂ ଅଭିଜ୍ଞତାକୁ ବୃଦ୍ଧି କରିବ ।"

Suzuki Access 125ର ପାୱାରଟ୍ରେନ

ଏହି ସ୍କୁଟରକୁ ବର୍ଷ 2006ରେ ଭାରତୀୟ ବଜାରରେ ଲଞ୍ଚ କରାୟାଇଥିଲା । କମ୍ପାନୀ ଏହି ସ୍କୁଟରକୁ 125cc ସେଗମେଣ୍ଟରେ ଲଞ୍ଚ କରିଥିଲା । ସୁଜୁକି ମୋଟର ସାଇକେଲ ଏହି ସ୍କୁଟରରେ 124cc, ସିଙ୍ଗଲ-ସିଲିଣ୍ଡର ବ୍ୟବହାର କରିଛି, ଯାହାକି 8.6bhp ପାୱାର ଓ 10Nm ଟର୍କ ପ୍ରଦାନ କରିଥାଏ ।

Suzuki Access 125ର ଫିଚର

ଏହାର ଫିଚର ସମ୍ପର୍କରେ ଆଲୋଚନା କଲେ ଏହି ସ୍କୁଟର ସୁଜୁକିର ଇକୋ ପରଫର୍ମାନ୍ସ ଟେକନିକ, ଆଡଭାନ୍ସଡ ଫ୍ୟୁଲ ଇଞ୍ଜେକ୍ସନ ଓ ଇକୋ ଆସିଷ୍ଟ ଇଲ୍ୟୁମିନେଟର ସହିତ ଆସିଥାଏ । ଏହା ବ୍ୟତୀତ ଏଥିରେ 22.3 ଲିଟରର ବଡ଼ ଅଣ୍ଡର ସିଟ୍‌ ଷ୍ଟୋରେଜ, ସୁଜୁକି ଇଜି ଷ୍ଟାର୍ଟ ସିଷ୍ଟମ, ଲମ୍ବା ସିଟ୍‌ ଓ ଚଉଡା ଫ୍ଲୋରବୋର୍ଡ ଭଳି ଫିଚର ରହିଛି । ଏହାସହିତ ଆରାମ ଓ ପରଫର୍ମାନ୍ସ ଉପରେ ମଧ୍ୟ ଧ୍ୟାନ ଦେଇଛି କମ୍ପାନୀ ।

ହାଲୁକା ହୋଇଥାଏ Access 125

ଧ୍ୟାନ ଦେବା କଥା ହେଉଛି Suzuki Access 125 ଏକ ହାଲୁକା ସ୍କୁଟର ହୋଇଥାଏ, ଯାହାର ଗ୍ରାଉଣ୍ଡ କ୍ଲିୟରାନ୍ସ ବହୁତ ଅଧିକ, ଯାହାକି ଆରାମଦାୟକ ଯାତ୍ରା ପ୍ରଦାନ କରିଥାଏ । ଏଥିରେ ଫ୍ରଣ୍ଟ ଷ୍ଟିଲ ଫେଣ୍ଡର, ୱାନ-ପୁସ୍‌ ସେଣ୍ଟ୍ରାଲ ଲକିଂ ଓ କମ୍ବାଇନଡ୍‌ ବ୍ରେକିଂ ସିଷ୍ଟମ ଭଳି ସୁରକ୍ଷା ଫିଚର ମଧ୍ୟ ରହିଛି । ଏଥିଲାଗି ଏହି ସ୍କୁଟରଟି ଦୁଇ ଚକିଆ ଯାନ ଭାବେ ଲୋକପ୍ରିୟତା ହାସଲ କରିଛି ।

ଏହା ବି ପଢନ୍ତୁ
  1. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ
  2. ମାର୍କେଟକୁ ଆସିଲା ସୁନା ସ୍କୁଟି; Ola S1 Pro ଇଲେକଟ୍ରିକ ସ୍କୁଟରର ଖୁଲାସା
  3. Vida V2 ଇଲେକ୍‌ଟ୍ରିକ ସ୍କୁଟର ଲଞ୍ଚ୍‌; ଦାମ 1ଲକ୍ଷରୁ କମ୍‌
  4. ଫୁଲ୍‌ ଚାର୍ଜରେ ଚାଲିବ 102KM; Honda Activa EV ଉପରୁ ଉଠିଲା ପରଦା, କେବେଠୁ ବିକ୍ରି ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.