ETV Bharat / entertainment

ଖଡ଼ିଆଳ ମହୋତ୍ସବ ଉଦଯାପିତ, ଗାୟକ ଜାଭେଦ ଅଲ୍ଲୀଙ୍କ ଗୀତରେ ମତୁଆଲା ଦର୍ଶକ - JAVED ALI IN KHADIAL MAHOTSAV

ଉଦଯାପିତ ହେଲା ଖଡ଼ିଆଳ ମହୋତ୍ସବ । ଏହି ଉଦଯାପନୀ ସମାରୋହରେ ଗୀତ ସହ ଦର୍ଶକଙ୍କୁ ମତୁଆଲା କଲେ ବଲିଉଡ ଗାୟକ ଜାଭେଦ ଅଲ୍ଲୀ ।

JAVED ALI IN KHADIAL MAHOTSAV
JAVED ALI IN KHADIAL MAHOTSAV (ETV Bharat Odisha)
author img

By ETV Bharat Entertainment Team

Published : Feb 8, 2025, 10:35 AM IST

ନୂଆପଡା: ଜିଲ୍ଲାର ଖଡ଼ିଆଳ ମହୋତ୍ସବ 2025 ଶୁକ୍ରବାର(ଫେବୃଆରୀ 7) ବିଳମ୍ବିତ ରାତ୍ରିରେ ଲକ୍ଷଲକ୍ଷ କଳା ସଂସ୍କୃତି ପ୍ରେମୀଙ୍କ ଗହଣରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହର ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଲୋକପ୍ରିୟ ଗାୟକ ଜାଭେଦ ଅଲ୍ଲୀ । ଏହି ସମୟରେ ନିଜର କଣ୍ଠର ଯାଦୁରେ ନିଜ ହିଟ୍ ଗୀତ ଗାଇଥିବା ବେଳେ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ପୁଷ୍ପା ହିଟ୍ ଗୀତ 'ଶ୍ରୀବଲ୍ଲୀ', ଗଜନୀ ହିଟ୍ ଗୀତ 'ଗୁଜାରିସ' ଭଳି ସୁମଧୁର ସଂଗୀତର ତାଳେ ତାଳେ ନିଜେ ନାଚିବା ସହ ତମାମ ଦର୍ଶକଙ୍କୁ ନଚାଇଥିଲେ । ସେପଟେ ବିନା ସରକାରୀ ଅନୁଦାନରେ 2005ମସିହାରୁ ଆୟୋଜିତ ହୋଇ ଆସୁଥିବା ଖଡ଼ିଆଳ ମହୋତ୍ସବକୁ ବଲିଉଡ ସଂଗୀତ ଜଗତର ତାରକା ଭୁରିଭୁରି ପ୍ରଶଂସା କରିଛନ୍ତି ।

JAVED ALI IN KHADIAL MAHOTSAV (ETV Bharat Odisha)

ଜାଭେଦ ଅଲ୍ଲୀଙ୍କ ଗୀତରେ ମତୁଆଲା ଦର୍ଶକ, ଖୁସିବ୍ୟକ୍ତ କଲେ ଗାୟକ

ଖଡ଼ିଆଳ ମହୋତ୍ସବରେ ସାମିଲ ହୋଇ ବେଶ ଖୁସି ଥିବା ସହ ମହୋତ୍ସବର ଖୁବ ପ୍ରଶଂସା କରିଛନ୍ତି ଜାଭେଦ ଅଲ୍ଲୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗାୟକ କହିଛନ୍ତି, ''ଖଡ଼ିଆଳ ବାସୀଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବା ଭୁଲିପାରିବିନାହିଁ ଖଡ଼ିଆଳ ବାସୀଙ୍କ କରତାଳିରେ ମୁଁ ବିମୋହିତ । ଏଠାରୁ ମୁଁ ଏକ ମିଠା ସ୍ମୃତି ନେଇକି ଯାଉଛି । ବିନା ସରକାରୀ ଅନୁଦାନରେ ଏଭଳି ମହୋତ୍ସବ କରିବା ବଡ଼ କଥା । ଏହି ମହୋତ୍ସବରେ ମୋତେ ନିମନ୍ତ୍ରିତ କରିଥିବାରୁ ଓ ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ ଖଡିଆଳ ବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି ଏବଂ ଏଠାକାର ପ୍ରଶାସନ ଓ ଆୟୋଜକଙ୍କୁ ଶୁଭକାମନା ଜଣାଉଛି । ଖଡିଆଳକୁ ଆସି ଦିଲ୍ ବାଃ ବାଃ ହୋଇଗଲା ।''

ଏହା ମଧ୍ୟ ପଢନ୍ତୁ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ‘ଖଡ଼ିଆଳ ମହୋତ୍ସବ’ର ଉଦଘାଟନୀ ସଂଧ୍ୟା

କହିରଖୁଛୁ କି, ଚଳିତ ଫେବୃଆରୀ 3 ତାରିଖରେ ଉଦଘାଟିତ ହୋଇଥିଲା ଖଡ଼ିଆଳ ମହୋତ୍ସବ 2025 । 5 ଦିନ ଧରି ଏହି ମହୋତ୍ସବ ଚାଳିଥାବ ବେଳେ ଗତକାଲି(ଶୁକ୍ରବାର, ଫେବୃଆରୀ 7)ରେ ଉଦଯାପିତ ହୋଇଛି । ମହୋତ୍ସବ ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜୟପୁର ବିଧାୟକ ତାରା ପ୍ରଶାଦ ବାହିନୀପତି, ବାରି ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଉଜ୍ଜଳ ଗୁପ୍ତା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିବା ବେଳେ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସଭାପତି ଆସନ ଅଳଙ୍କୃତ କରି ମଞ୍ଚ ପରିଚାଳନା କରିଛନ୍ତି । ପ୍ରାଧ୍ୟାପକ ସାମୁଏଲ ଦାନୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମାଜସେବୀ ଅକ୍ଷୟ ନନ୍ଦ ଧନ୍ୟବାଦ ଅର୍ପଣ କରିଛନ୍ତି । ପରିଶେଷରେ ଖଡ଼ିଆଳ ଡ୍ୟାନ୍ସ ହବର ଡ୍ୟାନ୍ସର ମାନେ ଉଚ୍ଚ କୋଟିର ଡ୍ୟାନ୍ସ ପରିବେଷଣ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.