କାଶ୍ମୀରରେ ପ୍ରଥମ ତୁଷାରପାତ, ମଜା ନେଉଛନ୍ତି ପର୍ଯ୍ୟଟକ - Fresh Snowfall
🎬 Watch Now: Feature Video

ଶ୍ରୀନଗର: ଭୂସ୍ବର୍ଗ କାଶ୍ମୀରରେ ବର୍ଷର ପ୍ରଥମ ତୁଷାରପାତ । କାଶ୍ମୀର ଏବଂ ଲଦାଖର କିଛି ଅଞ୍ଚଳରେ ଶନିବାର ଦିନ ତୁଷାରପାତ ହୋଇଥିବାବେଳେ ଉପତ୍ୟକାର ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏପଟେ ଧଳା ରଙ୍ଗର ବରଫରେ ଆଚ୍ଛାଦିତ ହୋଇଯାଇଛି ଉପତ୍ୟକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଗୁଲମାର୍ଗ, ସୋନମାର୍ଗ, ପହଲଗାମ, ସୋପିଆନ ଏବଂ ଗୁରେଜ ଅଞ୍ଚଳ । ଯାହା ପର୍ଯ୍ୟଟକଙ୍କ ମଧ୍ୟରେ ଆଣି ଦେଇଛି ଉତ୍ସାହ । ସେପଟେ ଶ୍ରୀନଗର ସହର ଏବଂ ଉପତ୍ୟକାର ଅନ୍ୟ ସମତଳ ଅଞ୍ଚଳରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହୋଇଆସୁଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ