ETV Bharat / state

ସକାଳେ ବିବାହ କାର୍ଯ୍ୟକୁ ଯାଇଥାନ୍ତେ, ରାତି ଅଧରେ ହୁତୁହୁତୁ ହୋଇ ଜଳିଗଲା ପୁଅ - MINOR SUSPICIOUS DEATH

କଟକ ପୁରୀଘାଟ ଥାନା ମଠସାହିରେ ନାବାଳକ ନିଆଁରେ ପୋଡ଼ି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ।

କଟକ ପୁରୀଘାଟ ଥାନା
କଟକ ପୁରୀଘାଟ ଥାନା (ETV Bharat)
author img

By ETV Bharat Odisha Team

Published : Feb 19, 2025, 6:45 PM IST

Updated : Feb 19, 2025, 7:24 PM IST

କଟକ: ରାତିରେ ବାପା ମା’ଙ୍କ ସହ ଖାଇ ଶୋଇବାକୁ ଗଲେ । ସକାଳୁ ମିଳିଲା ନାବାଳକଙ୍କ ମୃତଦେହ । ରାତି ଅଧରେ ହୁତୁହୁତୁ ହୋଇ ଜଳିଗଲା ପୁଅ । ନା ପରିବାର ସାହାଯ୍ୟ କରିପାରିଲେ ନା ପଡୋଶୀ । ବାପାମା’ଙ୍କ ଗୋଟିଏ ବୋଲି ପୁଅର ଏଭଳି ଅବସ୍ଥା ପରେ ହତବାକ୍‌ ହୋଇପଡିଛି ପରିବାର । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ? କଟକ ପୁରୀଘାଟ ଥାନା ମଠସାହିରେ ନାବାଳକ ନିଆଁରେ ପୋଡ଼ି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ। ଆତ୍ମହତ୍ୟା ନୁହେଁ ଏହା ଏକ ଯୋଜନାଵଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ବାପା । ଯଦି ନାବାଳକଙ୍କୁ ହତ୍ୟା କରାଯାଇଛି ଏହା ପଛର କାରଣ ଖୋଜୁଛି ପୋଲିସ । ସେହିପରି ଯଦି ନାବାଳକ ଆତ୍ମହତ୍ୟା କରିଥାନ୍ତି ଏହା ପଛରେ ପରୀକ୍ଷା ଚାପ କାରଣ ନୁହେଁ ତ ?

ରାତି ଅଧରେ ହୁତୁହୁତୁ ହୋଇ ଜଳିଗଲା ପୁଅ (ETV Bharat)

ସେପଟେ ପୁଅର ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି କମିଶନରେଟ ପୋଲିସ। ଯେଉଁ ଭଡାଘରେ ଏଭଳି ଘଟଣା ଘଟିଛି ସେ ସ୍ଥାନରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାବ୍ୟତୀତ ଘଟଣା ସ୍ଥଳରୁ ଅନେକ କିଛି ସୁରାଗ ହସ୍ତଗତ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ପାରିପାର୍ଶ୍ବିକ ଅବସ୍ଥା ସହ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ଓ ଶୀଘ୍ର ଏହି ମୃତ୍ୟର ରହସ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା।

  • ବିବାହ କାର୍ଯ୍ୟକୁ ଯିବା ପୂର୍ବରୁ ମିଳିଲା ମୃତଦେହ

ରାତି ପାହିଲେ ବିବାହ କାର୍ଯ୍ୟରେ ଯୋଗ ଦେଇଥାନ୍ତା ପୁଅ। ଏମିତିକି ରାତିରେ ବାପା ମାଆ ପୁଅ ମିଶି କରିଥିଲେ ସବୁ ଯୋଜନା। ହେଲେ ହଟାତ ବିଳମ୍ବିତ ରାତ୍ରିରେ ଘଟିଲା ଭୟଙ୍କର ଅଘଟଣ। ନିଆଁ ନିଆଁ ବୋଲି ସମସ୍ତେ ଚିତ୍କାର କରିବା ସମୟରେ ହଟାତ ନିଦ ରୁ ଉଠି ପୁଅକୁ ଡାକିବା ସମୟରେ ବେଡ୍‌ରେ ନଥିଲା ପୁଅ । କବାଟ ଖୋଲିବା ପାଇଁ ଯିବା ସମୟରେ ବାହାର ପଟୁ କବାଟରେ ଲାଗିଥିଲା ଲକ୍‌ । କେହି ଜଣେ ପୋଡି ହେଉଥିବା ଜାଣି ବାପା ପାଣି ଢାଳିଲେ, ହେଲେ ସେ ତାଙ୍କ ନିଜ ପୁଅ ବୋଲି ପରେ ଜାଣିବାକୁ ପାଇଲେ। ବ୍ୟବସାୟିକ ଶତୃତା ଯୋଗୁଁ କେହି ତାଙ୍କ ପୁଅକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ବାପା।

ଏହା ମଧ୍ୟ ପଢନ୍ତୁ ଓଡ଼ିଆ ଅଭିନେତା ସୋହମ ସିଂହଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

ଏହା ମଧ୍ୟ ପଢନ୍ତୁ ଅସୁସ୍ଥ ରହୁଥିଲେ ପରିବାର ଲୋକ, ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲା ଅଭିଯୁକ୍ତ

  • ବିଲ୍ଡିଂରେ ନିଆଁ ଲାଗିଥିବା ମାଲିକ କହିଲେ

ଏହି ଘଟଣାରେ ବାପା ଅଭିଯୋଗ କରି କହିଛନ୍ତି ଯେ ‘‘ଆମେ କାଲି ଖାଇ ପିଇ ଶୋଇଥିଲୁ । ମୁଁ ମୋ ସ୍ତ୍ରୀ ଗୋଟେ ରୁମ୍‌ରେ ଶୋଇଥିବାବେଳେ ସେ ଆଉ ଗୋଟିଏ ରୁମକୁ ଶୋଇବାକୁ ଯାଇଥିଲା । ହଠାତ୍‌ ମୋ ମାଲିକଙ୍କ ଫୋନ ଆସିଲା ଆମ ବିଲ୍ଡିଂରେ ନିଆଁ ଲାଗିଛି । ମୁଁ ବାହାରକୁ ଯିବା ସମୟରେ କେହି ବାହାରୁ ମୋତେ ଲକ୍‌ କରିଦେଇଥିଲେ । କେହି ଜଳି ଯାଉଥିବା ଭାବି ମୁଁ ପାଣି ଢାଳିଥିଲି । କିନ୍ତୁ ପରେ ଜଣାପଡିଥିଲା ଯେ ବ୍ୟବସାୟିକ ଶତ୍ରୁତା କାରଣରୁ ମୋ ପୁଅକୁ ହତ୍ୟା କରାଯାଇଛି । ନଚେତ ମୋ ପୁଅର କାହା ସହ ଶତ୍ରୁତା ନଥିଲା । ସେ କେମିତିକା ପିଲା ତା ସାଙ୍ଗ ସାଥୀ ଓ ଆମ ସାହି ଲୋକେ କହିବେ । ଆମେ ଜାଣିନୁ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି । କିନ୍ତୁ ମୋର ବ୍ୟବସାୟିକ ଶତ୍ରୁତା ଏଭଳି କରିଥାଇ ପାରନ୍ତି । ସେହିପରି ପୁଅର ମୋବାଇଲରୁ ସବୁ ଡିଲିଟ କରାଯାଇଥିଲା । ’’

  • ବାପା ଆଣିଲେ ହତ୍ୟା ଅଭିଯୋଗ

ତେବେ ନିଆଁ ଲାଗିଲା ବେଳେ ତାଙ୍କ ପୁଅ ଚିତ୍କାର ନ କରିବା ହତ୍ୟା ସନ୍ଦେହକୁ ଦୁଗୁଣିତ କରୁଛି । ପୁଅ ପୋଡ଼ି ହେବା ବେଳେ ପଡୋଶୀ ମାନଙ୍କ ଘର ବାହାରପଟୁ କବାଟ ବନ୍ଦ୍ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଏହି ଘଟଣାରେ ନ୍ୟାୟ ପାଇଁ ହାତ ଯୋଡିଛନ୍ତି ମୃତକଙ୍କ ବାପା ।

କଟକ ଏସପି ଜଗମୋହନ ମୀନା କହିଛନ୍ତି ଯେ ‘‘କେସ୍‌ ନମ୍ବର 11ରେ ମାମଲା ରୁଜୁ ହୋଇଛି । ଆଜି ଭୋରରୁ ଏହି ଘଟଣା ଘଟିଛି। ମଠସାହି ଅଞ୍ଚଲରେ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତ କହୁଛି ଯେ ପଟ୍ରୋଲ ଡିଜେଲ ଢାଳିବା ପରେ ନିଆଁ ଲଗାଯାଇଛି । ପୋଡିଯିବା ଯୋଗୁଁ ମୃତ ହୋଇଛି । ନିଆଁ ଲାଗିଥିବା ତାଙ୍କ ପରିବାର ପ୍ରଥମେ ଜାଣିପାରି ନଥିଲେ । ଯେହେତୁ ତଦନ୍ତ ଚାଲିଛି ଏବେ କିଛି କହିବାଟା ଠିକ୍‌ ହେବନାହିଁ । ’’

Last Updated : Feb 19, 2025, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.