ବରଫ ଚାଦରରେ ଢାଙ୍କି ହେଲା ତୀର୍ଥସ୍ଥଳୀ ହେମକୁଣ୍ଡ ସାହିବ - ବରଫ ଚାଦରରେ ଢାଙ୍କି ହେଲା ତୀର୍ଥସ୍ଥଳୀ ହେମକୁଣ୍ଡ
🎬 Watch Now: Feature Video
ଡେରାଡୁନ: ବରଫ ଚାଦରରେ ଢାଙ୍କି ହୋଇଛି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ତୀର୍ଥସ୍ଥଳୀ ହେମକୁଣ୍ଡ ସାହିବ । ଏଠାରେ ତୁଷାରପାତ ହେବା ପରେ ସ୍ଥାନୀୟ ଅଞ୍ଚଳର ଶୋଭା ଦ୍ବିଗୁଣିତ ହୋଇଛି Hemkund Sahib Snowfall) । ତୁଷାରପାତ ପରେ ଏଠାରେ ୨ ଫୁଟର ବରଫ ଜମି ରହିଛି । ତୁଷାରପାତ ପରେ ଏଠାକୁ ତୀର୍ଥ ପାଇଁ ଆସିଥିବା ଲୋକଙ୍କୁ ରୋକାଯାଇଛି । ହେମକୁଣ୍ଡ ସାହିବକୁ ଶୀତକାଳ ପାଇଁ ଅକ୍ଟୋବର ୧୦ ବା ଆସନ୍ତାକାଲି ବନ୍ଦ କରାଯିବ । ତୁଷାରପାତ ପରେ ଏହି ଅଞ୍ଚଳରେ ଶୀତର ପ୍ରଭାବ ବଢିଥିଲେ ମଧ୍ୟ ଶନିବାର ପ୍ରାୟ ୪୫୫ ଶ୍ରଦ୍ଧାଳୁ ହେମ ସରୋବରରେ ବୁଡ଼ ପକାଇ ହେମକୁଣ୍ଡ ସାହିବରେ ଦର୍ଶନ କରିଛନ୍ତି । ଏଠାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୨୧ ହଜାର ହେମକୁଣ୍ଡ ସାହିବକୁ ତୀର୍ଥ ଯାତ୍ରା ପାଇଁ ଆସିଥିବା ଜଣାପଡ଼ିଛି ।