FIFA U-17 Womens WC: ଷ୍ଟାଡିୟମକୁ ମିଳିଲାନି ଏଣ୍ଟ୍ରି, ସରକାରଙ୍କ ଉପରେ ବର୍ଷିଲେ ସୁର

🎬 Watch Now: Feature Video

thumbnail

By

Published : Oct 12, 2022, 7:53 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ 17 ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଆରମ୍ଭ ହୋଇଛି । ମ୍ୟାଚ ଦେଖିବାକୁ ଜଟଣୀ ବିଧାୟକ ସୁର ରାଉତରାୟ ଯିବା ସମୟରେ ତାଙ୍କୁ ଗେଟ ପାଖରେ ଅଟକା ଯାଇଥିଲା । ଏଣ୍ଟ୍ରି ପାଇଁ ଅନୁମତି ମିଳିନଥିଲା । ତାଙ୍କ ପାଖରେ ପାସ ଥାଇ ବି ଷ୍ଟାଡିୟମ ଭିତରକୁ ଯିବାକୁ ଦିଆଯାଇଥିଲା । ଗେଟ୍ ପାଖରେ ଜଣେ ବିଦେଶୀ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡି ନଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର ଆଥଲେଟିକ ଆସୋସିଏସନର ସଭାପତି ଭାବରେ ସୁର ରାଉତରାୟଙ୍କୁ ପାସ ମିଳିଥିଲା । ରାଜ୍ୟ ସରକାର ଓ କ୍ରୀଡା ସଚିବଙ୍କ ଦ୍ବାରା ସୁରଙ୍କୁ ପାସ ମିଳିଥିବା କହିଛନ୍ତି ସୁର । ମାତ୍ର ପାସକୁ ଅବୈଧ ଦର୍ଶାଇବା ସହ ତାଙ୍କୁ ଗେଟ ବାହାରକୁ ପଠାଇ ଦିଆଯାଇଥିଲା । ବାହାରକୁ ଆସି ସୁର ରାଉତରାୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । କଳିଙ୍ଗ ଷ୍ଟାଡିୟମ ତିଆରିରେ ମୋର ଭୂମିକା ରହିଛି । ମୁଁ ଫୁଟବଲ ମ୍ୟାଚ ଦେଖିବାକୁ ଭଲ ପାଏ। ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାରର ମୁଁ ଜବାବ ଦେଇ ପାରିଥାନ୍ତି । ମାତ୍ର ଏହାଦ୍ବାରା ମୋ ରାଜ୍ୟର ଗରିମା ହାନି ହେବ ଭାବି ଚୁପ ରହିବା ଠିକ ହେବ ଭାବିଥିବା କହିଛନ୍ତି ସୁର ରାଉତରାତ । ପାସ ମିଳିବା ପରେ ବି ଷ୍ଟାଡିୟମ ଭିତରକୁ ଅନୁମତି ନ ମିଳିବାରୁ ମୁଖ୍ୟମନ୍ତ୍ରୀ, କ୍ରୀଡା ସଚିବ ଓ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି ବିଧାୟକ ସୁର ରାଉତରାୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.