ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା, ଥାନାରେ ହାଜର ହେବା ପରେ ରାଜାଙ୍କ ପ୍ରତିକ୍ରିୟା - ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ରାଜାଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ଥାନାରେ ହାଜର ହେବା ପରେ ପ୍ରତିକ୍ରିୟା ରଖିଲେ ରଶ୍ମିରେଖାଙ୍କ ପ୍ରଥମ ପ୍ରେମିକ ରାଜା । ପ୍ରତିକ୍ରିୟା ରଖି ରାଜା ଗଣମାଧ୍ୟମକୁ ଦାୟୀ କରି କହିଛନ୍ତି ଯେ, 'ଗଣମାଧ୍ୟମ ପାଇଁ ଆଜି ମୁଁ ଥାନାରେ ହାଜର ହେବାକୁ ଆସିଛି । କାରଣ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଢଙ୍ଗରେ ଖବର ପରିବେଷଣ କରାଯାଉଥିବାରୁ ପୋଲିସ ମୋତେ ଜେରା କରିବା ପାଇଁ ଡାକିଥିଲେ ।' ପୋଲିସକୁ ସହଯୋଗ କରୁଛି ଆଉ ତଦନ୍ତ ଚାଲିଥିବାରୁ କିଛି କହିବି ନାହିଁ ବୋଲି କହିଛନ୍ତି ରାଜା ।