ଚାରମାଳରେ ହାତୀ ଉପଦ୍ରବ, ଧାନ କ୍ଷେତରେ ପଶି ଫସଲ କଲେ ନଷ୍ଟ

By

Published : Sep 3, 2022, 7:40 AM IST

thumbnail
ସମ୍ବଲପୁର:ଚାରମାଳ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ । ୧୮ ଟିକିଆ ହାତୀପଲ ଚାଷୀଙ୍କ ଧାନପସନ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସନ୍ଧ୍ୟାରୁ ଚାରମାଳ ରେଞ୍ଜର ଗୁଡିଆପାଲ ଚାଷ ଜମିକୁ ହାତୀପଲ ଆସି ଧାନ ନଷ୍ଟ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷ ଜମିରେ ରହିଥିଲେ । ଗ୍ରାମବାସୀ ଓ ବନ କର୍ମଚାରୀ ବାଣ ଫୁଟାଇବା ସହ ନିଆଁ ହୁଳା ଓ ଟର୍ଚ୍ଚ ଲାଇଟ୍ ଦେଖାଇବା ସତ୍ତ୍ୱେ ବି ହାତୀପଲ ଚାଷ ଜମିରୁ ବାହାରକୁ ଆସିନଥିଲେ। ତେବେ ହାତୀ ପଲକୁ ଘଉଡ଼ାଇବାରେ ବନବିଭାଗ ନୟାନ୍ତ ହୋଇଯାଇଥିବା ବେଳେ ଚାଷୀମାନେ ରାତିସାରା ଫସଲ ଜଗି ରହିଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.