thumbnail

By

Published : May 3, 2022, 4:49 PM IST

ETV Bharat / Videos

Eid-Ul-Fitr 2022: ଯାଜପୁରରେ ଧୂମ୍‌ଧାମରେ ପାଳିତ

ଯାଜପୁର: ଯାଜପୁରରେ ଇଦ୍‌-ଉଲ-ଫିତର ପର୍ବ ପାଳିତ ହୋଇଛି । ଏକ ମାସ ଧରି ପବିତ୍ର ରମଜାନ ମାସରେ ଉପବାସ ରହି ଭକ୍ତି ଓ ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ । ଆଜିର ଇଦ୍‌-ଉଲ-ଫିତର ଉପଲକ୍ଷେ ମୁସଲମାନ ଭାଇ ଓ ଭଉଣୀମାନେ ଏହି ଅବସରରେ ନବବସ୍ତ୍ର ପରିଧାନ କରି ସ୍ଥାନୀୟ ସାହି ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦ୍ ଠାରେ ସମୂହ ନମାଜ ପାଠ କରିବା ସହିତ ଦାନ ଧର୍ମ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଗତ ୨ବର୍ଷ ହେଲା କୋରୋନା କଟକଣା ପାଇଁ ଏହି ପର୍ବକୁ ସମୂହ ଭାବେ ପାଳନ କରାଯାଉନଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମୁସଲମାନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଛି । ଯାଜପୁରରେ ଥିବା ସାହି ମସଜିଦ୍‌ରେ ସମୂହ ନମାଜ ପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ୯.୪୦ରେ ଶେଷ ହୋଇଥିଲା । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.