thumbnail

By

Published : Oct 4, 2022, 7:45 PM IST

ETV Bharat / Videos

କୋଲକାତା ଦଶହରାରେ ଜଗନ୍ନାଥ ଧାମ ! ତୋରଣ ଦେଖିଲେ ଆଖି ଖାଇଯିବ ଧୋକା

କୋଲକାତା: ମହିଷାମର୍ଦ୍ଦିନୀ ମା’ଙ୍କ ଆଗମନରେ ଧରାପୃଷ୍ଠ ଉତ୍ସବ ମୁଖର ହୋଇଉଠିଛି । ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗର କୋଲକାତା ସହର ପ୍ରସିଦ୍ଧ ଲାଭ କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ କାର୍ଯ୍ୟ ବ୍ୟସ୍ଥତା କାରଣରୁ ଜଗା ଦର୍ଶନରୁ ଯେଭଳି ବେଙ୍ଗଲୀ ଭକ୍ତଗଣ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପୁରୀ ଜଗନ୍ନାଥ ମନ୍ଦିର ସଦୃଶ ସୁଉଚ୍ଚ ତୋରଣ ନିର୍ମାଣ କରିଛନ୍ତି ବେଲଗାଚିଆ ଛତ୍ରମିଳନ ସଙ୍ଘ ଆୟୋଜକ । ନୀଳଚକ୍ର ଉପରେ ଫର ଫର ଉଡୁଛି ବାନା । ମନ୍ଦିର ସମ୍ମୁଖ ଗରୁଡସ୍ତମ୍ଭ ଆଗରେ ହାତ ଟେକିଛନ୍ତି ଶ୍ରୀଚୈତନ୍ୟ । ସୁନାନାକୀ ଭଉଣୀ ଓ ବଡ ଭାଇ ବଳିଆଙ୍କ ସହ ପୂଜା ପାଉଛନ୍ତି କାଳିଆ ସାଆନ୍ତ । ଆଉ ଭକ୍ତଙ୍କ ମନକିଣୁଛି କୋଲକାତା ସ୍ଥିତ ଏହି ତୋରଣରେ ନିର୍ମିତ ଜଗନ୍ନାଥ ଧାମ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.