UPSC Results: ୨୦୫ ରାଙ୍କ୍ରେ ଦୁର୍ଗା ପ୍ରସାଦ, କହିଲେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବି - ସିଭିଲ ସର୍ଭିସ ପରୀକ୍ଷା ଫଳ ୨୦୨୧
🎬 Watch Now: Feature Video
ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୨୦୫ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଦୁର୍ଗା ପ୍ରସାଦ ଅଧିକାରୀ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଦୁର୍ଗା । ପିଲାଟି ଦିନରୁ ଦେଶ ପାଇଁ କିଛି କରିବାକୁ ଇଛା ରଖି ଆସିଛନ୍ତି । ଦେଶର ସବୁଠାରୁ ବଡ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ସେ ନିଜ ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଣେ ଭଲ ଅଫିସର ହୋଇ ଦେଶର ଉନ୍ନତି କଥା ଚିନ୍ତା କରିବେ କହିଛନ୍ତି ଦୁର୍ଗା । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । 180 IAS, 37 IFS ଓ ୨୦୦ IPS କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ ମୋଟ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ୪ରେ ୪ ଜଣ ଝିଅ ରହିଛନ୍ତି । ଶ୍ରୁତି ଶର୍ମା IAS ଟପ୍ପର ହୋଇଥିବା ବେଳେ, ଦ୍ବିତୀୟରେ ଅଛନ୍ତି ଅଙ୍କିତା ଅଗ୍ରଓ୍ବାଲ । ତୃତୀୟରେ ଜାମିନୀ ସିଙ୍ଗଲା ଓ ଚତୁର୍ଥରେ ଐଶ୍ବର୍ଯ୍ୟା ବର୍ମା ଅଛନ୍ତି । 52 ତମ ସ୍ଥାନରେ ଅଛନ୍ତି ଅଙ୍କୁର ଦାସ, 513ରେ ଅଛନ୍ତି ମାନସ ରଞ୍ଜନ ସାହୁ । 63 ନମ୍ବର ସ୍ଥାନରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ । 199ରେ ପୂଜା ସାହୁ, 273 ରାଙ୍କରେ ସମୀର କୁମାର ଜେନା ରହିଛନ୍ତି । ସେହିପରି 306ରେ ସୌମ୍ୟରଞ୍ଜନ ପ୍ରଧାନ, 232 ବିଶ୍ବ ବିଶ୍ରୁତ ତ୍ରିପାଠୀ ରହିଛନ୍ତି । 376 ରାଙ୍କରେ ଅଛନ୍ତି ହର୍ଷିତ ମେହେର । ଇଟିଭି ଭାରତ, ଭୁବନେଶ୍ବର